ନିଜର ଗର୍ଭଧାରଣର ସମ୍ପର୍କରେ ଫ୍ୟାନଙ୍କୁ ଖୁବ ମଜାକିଆ ଉତ୍ତର ଦେଲେ ବେବୋ


ବଲିଉଡର ଲୋକପ୍ରିୟ କଳାକାର କରିନା କପୁର ଖାନ ବର୍ତ୍ତମାନ ନିଜ ପରିବାର ସହିତ ଲଣ୍ଡନରେ ଛୁଟି ମନାଉଥିବା ବେଳେ ମିଡିଆରେ ତାଙ୍କର ପୁନର୍ବାର ଗର୍ଭବତୀ ହେବାର ଖବର ପବନ ଭଳି ବ୍ୟାପିଯାଇଥିଲା । ସେ ନିଜର ସେୟାର କରୁଥିବା ଫଟୋରେ ତାଙ୍କର ବେବି ବମ୍ପ ଦେଖାଯାଉଥିବାର ଫ୍ୟାନମାନେ ନୋଟିସ କରିଥିଲେ ।
ଫ୍ୟାନମାନେ ତାଙ୍କୁ ପ୍ରତ୍ୟେକ ଫଟୋରେ କମେଣ୍ଟ କରି ତାଙ୍କର ତୃତୀୟ ବେବି ସମ୍ପର୍କରେ ପ୍ରଶ୍ନ କରୁଥିବା ବେଳେ ସେ ଆଜି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ଏକ ମଜାକିଆ ଉତ୍ତର ରଖିଛନ୍ତି । ସେ କହିଛନ୍ତି “ସାଙ୍ଗମାନେ ଏହା ପାସ୍ତା ଏବଂ ୱାଇନ ଅଟେ, ମୁଁ ଗର୍ଭବତୀ ନାହିଁ । ସୈଫ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଜନସଂଖ୍ୟାରେ ଯୋଗଦାନ ଦେଇଛନ୍ତି । ।”


Share It

Comments are closed.