ପାନାସୋନିକର ଅନଲାଇନ୍ ସ୍ୱତନ୍ତ୍ର ସ୍ମାର୍ଟଫୋନ ରେଞ୍ଜକୁ ଅଫଲାଇନରେ ଶୁଭାରମ୍ଭ


ଭୁବନେଶ୍ୱର: ପାନାସୋନିକ ଇଣ୍ଡିଆ ପକ୍ଷରୁ ଏହାର ଅନଲାଇନ୍ ସ୍ୱତନ୍ତ୍ର ସ୍ମାର୍ଟଫୋନ ରେଞ୍ଜକୁ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟି ଦେଶର ବିଭିନ୍ନ ଅଗ୍ରଣୀ ଆଉଟଲେଟ୍ରେ ଶୁଭାରମ୍ଭ କରାଯାଇଛି । ସମ୍ପ୍ରତି କମ୍ପାନୀ ପକ୍ଷରୁ ଶୁଭାରମ୍ଭ ହୋଇଥିବା ପି-୧୦୦ (୨ଜିବି), ଏଲୁଗା ରେ୯, ରେ ୫୦୦ ଏବଂ ରେ ୭୦୦ ଏହାର ଅଫଲାଇନ ବିକ୍ରି ଉପଲବ୍ଧିତା ପାଇଁ ପ୍ରସ୍ତୁତ । ପୂର୍ବରୁ ଡିସେମ୍ବର ୨୦୧୭ରେ,ଲୋକପ୍ରିୟ ଚାହିଦାଯୁକ୍ତ ଡୁଆଲ କ୍ୟାମେରା ଫୋନ୍ ଏଲୁଗା ରେ ୫୦୦ ଦେଶର ସମସ୍ତ ରିଟେଲ ଆଉଟଲେଟରେ ଉପଲବ୍ଧ । ସ୍ମାର୍ଟଫୋନ ଯାହା ପୂର୍ବରୁ କେବଳ ଫ୍ଲିଫକାର୍ଟରେ ଉପଲବ୍ଧ ହେଉଥିଲାବେଳେ ବର୍ତ୍ତମାନ ତାହା ଦେଶର ବିଭିନ୍ନ ଅଗ୍ରଣୀ ରିଟେଲ ଆଉଟଲେଟରେ ଆକର୍ଷଣୀୟ ମୂଲ୍ୟରେ ତଥା ଏଲୁଗା ଆଇ ୯, ମାତ୍ର ୭୭୯୯/- ଟଙ୍କାରେ, ଏଲୁଗା ରେ ୫୦୦ ମାତ୍ର ୮୯୯୯/- ଟଙ୍କାରେ, ଏଲୁଗା ରେ ୭୦୦ମାତ୍ର ୧୦୪୯୯/- ଟଙ୍କା ଏବଂ ପି୧୦୦(୨ଜିବି) ମାତ୍ର ୬୨୯୯/- ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି ।

ଏହି ପରିପ୍ରେକ୍ଷୀରେ ପାନାସୋନିକ ଇଣ୍ଡିଆର ମୋବିଲିଟି ବିଭାଗ ଏବଂ ବ୍ୟବସାୟିକ ମୁଖ୍ୟ, ଶ୍ରୀଯୁକ୍ତ ପଙ୍କଜ ରାଣା କହିଛନ୍ତି ଯେ, “ଗ୍ରାହକଙ୍କ ଲୋକପ୍ରିୟ ଚାହିଦାକୁ ନଜରରେ ରଖି ଏବଂ ବହୁଳ ସଂଖ୍ୟାରେ ପ୍ରତିକ୍ରିୟା ହେତୁ ଗ୍ରାହକ ମାନଙ୍କ ପାଇଁ ଆମର ପ୍ରଥମ ଡୁଆଲ କ୍ୟାମେରା ଫୋନ ଏଲୁଗା ରେ ୫୦୦ ବିଭିନ୍ନ ଅଗ୍ରଣୀ ରିଟେଲ ଆଉଟଲେଟରେ ଉପଲବ୍ଧ । ଏଲୁଗା ଆଇ ୯, ଏଲୁଗା ରେ ୭୦୦ ଏବଂ ପି ୧୦୦ (୨ଜିବି), ୩ଟି ଯାନ୍ତ୍ରିକ ଉପକରଣ ଅଫଲାଇନ ମାଧ୍ୟମରେ ଉପଲବ୍ଧ । ଏହି ତିନୋଟି ଯନ୍ତ୍ର ଦ୍ୱାରା ଶ୍ରେଷ୍ଠ ସଫଳତା ମିଳିଛି ଏବଂ ଅନଲାଇନ ସ୍ପେସରେ ବହୁ ଭଲ ପ୍ରତିକ୍ରିୟା ମିଳିଥିବାରୁ ଆମ୍ଭେମାନେ ଏହାର ଅଫଲାଇନ୍ ସ୍ପେସ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ।”


Share It

Comments are closed.