ରିଲିଜ୍ ହେଲା ‘ରାଜି’ର ଟ୍ରେଲର୍


ଆଲିଆ ଭଟ୍ଟ ଓ ଭିକି କୌଶଳଙ୍କ ଅଭିନିତ ଫିଲ୍ମ ରାଜିର ଟ୍ରେଲର୍ ସହ ତିନୋଟି ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏହି ଫିଲ୍ମଟି ହରିନ୍ଦର ସିକାଙ୍କ ଉପନ୍ୟାସ ‘ସେହମତ’ ଉପରେ ଆଧାରିତ । ଜଙ୍ଗଲ ପିକଚର୍ସ ଓ କରନ୍ ଜୋହରଙ୍କ ଡ୍ରାମା ପ୍ରଡକ୍ସନଙ୍କ ଦାରା ନିର୍ମିତ ଏହି ଫିଲ୍ମରେ ମେଘନା ଗୁଲଯାର ନିର୍ଦ୍ଦେଶନା ଦେଇଛନ୍ତି ।
ଏହା ଜଣେ କାଶ୍ମୀର ମହିଳାଙ୍କ କାହାଣୀ, ଯେ କି ଜଣେ ପାକିସ୍ତାନୀ ସାନାଧିକାରୀଙ୍କୁ ବିବାହ କରିଛନ୍ତି । ଏଥିରେ ଆଲିଆ ସେହମତଙ୍କ ଭୂମିକାରେ ଅଭିନୟ କରିଛନ୍ତି ଓ ସେ ଭାରତୀୟ ରାଷ୍ଟ୍ରଦୂତ ଭାବେ ନିଜର ଦାୟିତ୍ୱ ଲିଭାଇବାକୁ ଯାଇ ପାକିସ୍ତାନୀ ସାନାଧିକାରୀଙ୍କ ଭୂମିକାରେ ଥିବା ଭିକି କୌଶଳଙ୍କୁ ବିବାହ କରିଛନ୍ତି । ଉଭୟ ଅଭିନେତା ଓ ଅଭିନେତ୍ରୀ ସେମାନଙ୍କ ଭୁମିକାକୁ ଚମତ୍କାର ଭାବେ ଲିଭାଇଛନ୍ତି । ଏହି ଫିଲ୍ମରେ ଆଲିଆ ଓ ଭିକିଙ୍କ ବ୍ୟତୀତ ରହିଛନ୍ତି ଜୟଦିପ ଆଲହାବତ୍, ଶିଶିର ଶର୍ମା ଓ ରଜିତ୍ କପୁର୍ ପ୍ରମୂଖ ରହିଛନ୍ତି । ଏହି ଫିଲ୍ମଟି ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ହୋଇଥିବା ଏକ ସତ୍ୟ କାହାଣୀ ଉପରେ ଅଧାରିତ । ଫିଲ୍ମଟି ମେ ୧୧ରେ ସିନେ ପରଦାକୁ ଆସୁଛି ।


Share It

Comments are closed.