ଏମ-ଟେକର ନୂତନ ୪ଜି ଭୋଲଟି ସ୍ମାର୍ଟଫୋନର ଶୁଭାରମ୍ଭ


ଘରୋଇ ହ୍ୟାଣ୍ଡସେଟ-ନିର୍ମାତା କମ୍ପାନୀ ଏମ-ଟେକ ପକ୍ଷରୁ ଏହାର ନୂତନ ୪ଜି ଭୋଲଟି ସ୍ମାର୍ଟଫୋନ ଏରୋସ ସ୍ମାର୍ଟର ଶୁଭାରମ୍ଭ କରାଯାଇଛି । ଏହି ଡୁଆଲ ସିମ ଡିଭାଇସଟି ୫-ଇଞ୍ଚ ସ୍କ୍ରିନ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧ଜିବି ରାମ ଏବଂ ୮ଜିବି ରୋମ ରହିଛି, ଯାହାକି ଆବଶ୍ୟକ ମୁତାବକ ୩୨ଜିବି ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ । ଏହା ସହ ଏଥିରେ ଆଣ୍ଡ୍ରଏଡ ୭.୦ ନୋଗେଟ ଓଏସ ରହିଛି । ଏହି ୪ଜି ଭୋଲଟି ସ୍ମାର୍ଟଫୋନର ସାମନା ଭାଗରେ ୨ ଏମପିର କ୍ୟାମେରା ରହିଥିବା ବେଳେ ପଛ ଭାଗରେ ୫ଏମପିର କ୍ୟାମେରା ସହ ଏଲଡି ଫ୍ଲାସ ମଧ୍ୟ ରହିଛି ।
ଏହି ସ୍ମାର୍ଟଫୋନରେ ଓଟିଜି ସପୋର୍ଟ, ଜିପିଏସ, ବ୍ଲୁଟୁଥ , ୱାଇ-ଫାଇ, ପ୍ରକ୍ସିମିଟି ସେନସର, ଏଫଏମ ରେଡିଓ ସହ ରେକୋର୍ଡିଙ୍ଗ ବ୍ୟବସ୍ଥା ମଧ୍ୟ ରହିଛି । ଏହି ୪,୭୯୯ ଟଙ୍କିଆ ଭୋଲଟି ସ୍ମାର୍ଟଫୋନରେ ୨୪୦୦ଏମଏଏଚର ବ୍ୟାଟେରୀ ରହିଛି ।
ଏହି ଅବସରରେ ଏମ-ଟେକ ଇନଫରମେଟିକ ର ସହ-ପ୍ରତିଷ୍ଠାତା ଗୌତମ କୁମାର ଜେନ୍ କହିଛନ୍ତି ଯେ, ଆମେ ନୂତନ ବ୍ଲେଣ୍ଡସ ଡିଜାଇନ, ପ୍ରଦର୍ଶନ ଏବଂ ସ୍ଥାୟିତ୍ୱକୁ ଗୋଟେ ଡିଭାଇସରେ ମିଶ୍ରଣ କରାଇଛୁ ।


Share It

Comments are closed.