ବଦଳିଲା ଖେଳରତ୍ନ ପୁରସ୍କାରର ନାମ: ଏଣିକି ରାଜୀବ ଗାନ୍ଧୀ ନୁହେଁ ମେଜର୍‌ ଧ୍ୟାନ ଚାନ୍ଦଙ୍କ ନାମରେ ରହିବ‌ ଆୱାର୍ଡ


କେନ୍ଦ୍ର ସରକାର ଖେଳ ରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହା ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଭାବରେ ଜଣାଶୁଣା| ଏହାପୂର୍ବରୁ ଏହି ପୁରସ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ନାମିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ମେଜର୍‌ ଧ୍ୟାନ ଚାନ୍ଦ୍‌ଙ୍କ ନାମାନୁସାରେ ‘ଖେଳ ରତ୍ନ ଆୱାର୍ଡ’କୁ ନାମିତ କରିବା ଲାଗି ମୁଁ ସମସ୍ତଙ୍କଠାରୁ ଅନୁରୋଧ ପାଇ ଆସୁଛି । ସେମାନଙ୍କ ପ୍ରସ୍ତାବ ପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ । ଏହାସହ ସେମାନଙ୍କର ଭାବାବେଗ ପ୍ରତି ସମ୍ମାନ ଜଣାଇ ‘ଖେଳ ରତ୍ନ ଆୱାର୍ଡ’କୁ ‘ମେଜର୍ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ’ କୁହାଯିବ । ଜୟ ହିନ୍ଦ୍‌ ।


ସୂଚନା‌ଯୋଗ୍ୟ, ୨୦୨୦ ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତୀୟ ହକି ଟିମ୍‌ର ଚମତ୍କାର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ ପରେ ‘ଖେଳ ରତ୍ନ ଆୱାର୍ଡ’ର ନାମ ପରିବର୍ତ୍ତନ କରିବା ଅନୁରୋଧ ସମାଜିକ ଗଣମାଧ୍ୟମରେ ବହୁଗୁଣିତ ହୋଇଯାଇଥିଲା ।


Share It

Comments are closed.