ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲେ ରାହୁଲ ଗାନ୍ଧୀ, ଅଲଲାଇନ କ୍ଲାସ ପାଇଁ ଗରିବ ପିଲାଙ୍କୁ ଯୋଗାଇ ଦେଲେ ୧୭୫ ସ୍ମାର୍ଟ ଟିଭି


କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ନିଜର ସଂସଦୀୟ କ୍ଷେତ୍ର କେରଳର ଓ୍ଵାଏନାଡର କଲପେଟ୍ଟା ଟାଉନ୍‌ରେ ଆଦିବାସୀ ଛାତ୍ରଙ୍କ ପାଇଁ ୧୭୫ ସ୍ମାର୍ଟ ଟେଲିଭିଜନ ଯୋଗାଇ ଦେଇଛନ୍ତି।  କରୋନା ଭାଇରସ୍‌ କାରଣରୁ ପାଠପଢାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରାଜ୍ୟରେ ଅନଲାଇନ୍‌ କ୍ଲାସ୍‌ର ଶୁଭାରମ୍ଭ କରିଛନ୍ତି।

କରୋନା ମହାମାରୀ କାରଣରୁ ରାଜ୍ୟରେ ସ୍କୁଲ-କଲେଜ୍ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛାତ୍ରଙ୍କ ପାଇଁ ଭର୍ଚୁଆଲ କ୍ଲାସ ଆରମ୍ଭ କରିବାକୁ ଯାଉଛି। ଏହି କ୍ଲାସ୍‌ KITE ଭିକଟର୍ସ ଚ୍ୟାନେଲ୍ ଏବଂ ଅନ୍ୟ ଇଣ୍ଟରନେଟ୍ ପ୍ରଣାଳୀ ଜରିଆରେ ଛାତ୍ରଙ୍କୁ ଶିକ୍ଷା ପ୍ରଦାନ କରାଯିବାକୁ ପ୍ରସ୍ତୁତି କରାଯାଉଛି।

ଏହାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ନିଜର ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ଛାତ୍ରଙ୍କୁ ୧୭୫ ସ୍ମାର୍ଟ ଟେଲିଭିଜନ୍ ଯୋଗାଇ ଦେଇଛନ୍ତି।  ଏହା ସହିତ ନିଜର ଜନ୍ମ ଦିନ ଅବସରରେ ରାହୁଲ ୫୦ ଟେଲିଭିଜନ ଛାତ୍ରଙ୍କୁ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ଆଇସି ବାଲକ୍ରିଷ୍ଣନ କାଲପେଟ୍ଟା ସାଂସଦଙ୍କ ଅଫିସରେ ପହଞ୍ଚି  ଟିଭି ବିତରଣ ସମ୍ବନ୍ଧିତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ବାଲକ୍ରିଷ୍ଣାନ କହିଛନ୍ତି, ସାଂସଦ ରାହୁଲ ଗାନ୍ଧୀ ଲକ୍‌ଡାଉନ୍ ସମୟରେ ଛାତ୍ରଙ୍କୁ ଅନେକ ସାହାଯ୍ୟ କରିଛନ୍ତି। ଜୁନ  ୧ରେ ଓ୍ଵାଏନାଡରେ ଅନଲାଇନ୍ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ଛାତ୍ରଙ୍କୁ ଟେଲିଭିଜନ ପ୍ରଦାନ କରିଥିବା ସେ କହିଛନ୍ତି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଓ ଜିଲ୍ଲାପାଳ ଆଦିଲା ଅବଦୁଲ୍ଲାଙ୍କୁ ଚିଠି ଲେଖି ଆଦିବାସୀ ଛାତ୍ର-ଛାତ୍ରୀଙ୍କୁ ଅନଲାଇନ୍‌ ପାଠ୍ୟକ୍ରମ ପାଇଁ କଣ କଣ ଉପକରଣର ଆବଶ୍ୟକତା ଅଛି ତାହା ପଚାରି ବୁଝିଥିଲେ। ଏହା ପରେ ଜିଲ୍ଲାପାଳ ରାହୁଲ ଗାନ୍ଧୀଙ୍କୁ ସବିଶେଷ ତଥ୍ୟ ଦେଇଥିଲେ। ସେ ମଧ୍ୟ ୧୦୦ ଟିଭି କୋଝିକୋଡ ଓ ମଲ୍ଲମୁରମ ଜିଲ୍ଲାରେ ବିତରଣ କରିଥିବା ବାଲକ୍ରିଷ୍ଣନ କହିଛନ୍ତି।


Share It

Comments are closed.