କୋଭିଡ୍ -୧୯ରେ ବଲିଉଡର ପ୍ରସିଦ୍ଧ ଫିଲ୍ନ ନିର୍ମାତା ରିଆନ୍ ଷ୍ଟିଫେନଙ୍କ ଦେହାନ୍ତ


ଗୋଆରେ କୋଭିଡ -୧୯ ସମ୍ବନ୍ଧୀୟ ଜଟିଳତା ହେତୁ ଚଳଚ୍ଚିତ୍ର ନିର୍ମାତା ରିୟାନ ଷ୍ଟିଫେନଙ୍କର ଶନିବାର ଦେହାନ୍ତ ହୋଇଛି। ରିଆନ୍ ପୂର୍ବରୁ କିଆରା ଆଡଭାନୀଙ୍କ ଇନ୍ଦୁ କି ଜୱାନି ଏବଂ କାଜୋଲଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଦେବୀ ନିର୍ମାଣ କରିଛନ୍ତି । ୱେବ୍ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍’ ରାଇଟର୍ ସୁପର୍ଣ ଏସ୍ ବର୍ମା ଟ୍ୱିଟ୍ କରି ରିୟାନ ଷ୍ଟିଫେନଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି।


ନିର୍ମାତା ସୁପର୍ଣ ରିୟାନଙ୍କ ଏକ ଫଟୋ ସେୟାର କରି ଟ୍ୱିଟରରେ ସମବେଦନା ଜଣାଇ ଲେଖିଛନ୍ତି, “ଏକ ନିର୍ଦ୍ଦୟ ଦୁନିଆରେ ତୁମର କରୁଣା ପାଇଁ ଧନ୍ୟବାଦ। ମୁଁ ଖୁସି ଯେ ଆମେ କିଛି କାହାଣୀ ଉପରେ ଏକାଠି କାମ କରିଥିଲୁ, ଯାହାକୁ ଲେଖିବାର ଆନନ୍ଦ ତୁମ ପାଇଁ ଥିଲା । ତୁମେ ଅନେକ ଲୋକଙ୍କୁ ପଛରେ ଛାଡିଗଲ ଯେଉଁମାନେ ତୁମକୁ ଭଲ ପାଆନ୍ତି .. ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ । ”

ନିର୍ମାତା ରିୟାନ୍ ଷ୍ଟିଫେନଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ରିୟାନଙ୍କ ମୃତ୍ୟୁ ପରେ ଚକିତ ହୋଇଯାଇଥିବା ଅଭିନେତା ମନୋଜ ବାଜପେୟୀ ନିର୍ମାତା ସୁପର୍ଣଙ୍କ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି, ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଚକିତକର, ଯିଏ ଏହି କମୋଳ ଆତ୍ମାକୁ ଜାଣିଥିବେ । ପ୍ରକୃତରେ ଏହା ସତ ହୋଇପାରିବ ନାହିଁ !! ମୁଁ ତୁମ କଥା ବହୁତ ମନେ ପଡିବ ମୋର ବନ୍ଧୁ ରିୟାନ ‘।


Share It

Comments are closed.