ଦିନ ୧୨ଟା ସୁଦ୍ଧା ସହରାଞ୍ଚଳରେ ୩୨ ପ୍ରତିଶତ ଓ ମହାନଗରରେ ୨୧ ପ୍ରତିଶତ ମତଦାନ


ପୌର ଭୋଟ୍ ଗ୍ରହଣ ନେଇ ନିର୍ବାଚନ କମିଶନ ସଚିବଙ୍କ ସୂଚନା। ଦିନ ୧୨ଟା ସୁଦ୍ଧା ୩ଟି ମହାନଗରରେ ହାରାହାରି ୨୧ ପ୍ରତିଶତ ମତଦାନ। ସେହିପରି ମହାନଗର ଛାଡ଼ି ଅନ୍ୟ ସହରାଞ୍ଚଳରେ ୩୨ ପ୍ରତିଶତ ମତଦାନ ହୋଇଛି। ଇଭିଏମ୍ ତ୍ରୁଟି ଯୋଗୁଁ କେତେକ ସ୍ଥାନରେ ଭୋଟ୍ ଗ୍ରହଣ ସ୍ଥଗିତ ରହିଥିଲା। ହେଲେ ସେହି ସବୁ ସମସ୍ୟାର ସମାଧାନ କରାଯାଇଛି।

 

ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଚାଲିଛି। ସକାଳ ୮ଟାରୁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ଯାହାକି ସନ୍ଧ୍ୟା ୫ଟା ଯାଏଁ ଚାଲୁରହିବ । ୩ଟି ମହାନଗର ନିଗମ, ୪୭ଟି ମ୍ୟୁନିସିପାଲିଟି ଏବଂ ୫୯ଟି NACରେ ଭୋଟଗ୍ରହଣ ଆରମ୍ଭ ହୋଇଛି । ଭୋଟ ଦେଉଛନ୍ତି ୪୦ ଲକ୍ଷ ଭୋଟର । କାଉନସିଲର/କର୍ପୋରେଟର୍ ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ମତଦାନ ଆରମ୍ଭ ହୋଇଛି । ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବାବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଉଛନ୍ତି ।


Share It

Comments are closed.