ସାଉଥ ଫିଲ୍ମ ଅର୍ଜୁନ ରେଡ୍ଡୀର ହିନ୍ଦୀ ରିମେକରେ ନଜର ଆସିବେ ସାହିଦ କପୁର


ସାଉଥ ଫିଲ୍ମର ହିନ୍ଦୀ ରିମେକ ବଲିଉଡରେ କାହିଁ କେଉଁ ବର୍ଷରୁ ଚାଲିଆସୁଛି । ସେଥିମଧ୍ୟରୁ କେଉଁ କେଉଁ ଫିଲ୍ମ ସୁପରହିଟ ହେଉଛି ତ କେଉଁ ଫିଲ୍ମ ଫ୍ଲପ । ଏହା ସତ୍ତେ୍ୱ ବର୍ତ୍ତମାନ ଯଦି କୌଣସି ରିମେକ ଫିଲ୍ମର ଚର୍ଚ୍ଚା ଜୋରସେ ଚାଲିଛି, ତେବେ ତାହା ହେଉଛି ଅର୍ଜୁନ ରେଡ୍ଡୀ । ବର୍ତ୍ତମାନ ସାଉଥର ଏହି ହିନ୍ଦୀ ରିମେକ ଫିଲ୍ମରେ ବଲିଉଡ ଅଭିନେତା ସାହିଦ କପୁରଙ୍କୁ କାଷ୍ଟ କରାଯିବାର ସୂଚନା ମିଳୁଛି ।
ଅର୍ଜୁନ ରେଡ୍ଡୀଙ୍କ ଏହି ରିମେକ ଆଗାମୀ ବର୍ଷ ୨୧ ଜୁନରେ ରିଲିଜ ହେବ । ସେଥିପାଇଁ ଫିଲ୍ମ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଭୂଷଣ କୁମାର, ମୁରାଦ ଖୈତାନ, କୃଷ୍ଣ କୁମାର, ଅଶ୍ୱିନୀ ଭାରଦେ ମିଶିକରି ଏହି ଫିଲ୍ମକୁ ନିର୍ମାଣ କରିବେ । ଏହାର ସୁଟିଙ୍ଗ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି ।

ଏହି ଫିଲ୍ମର ରିମେକ ପାଇଁ ଅର୍ଜୁନ କପୁର, ଅକ୍ଷୟ କୁମାର, ରଣବୀର ସିଂହଙ୍କ ଭଳି ସୁପରଷ୍ଟାର ନାମକୁ ଚୟନ କରିଥିବାବେଳେ ଶେଷରେ ସାହିଦଙ୍କ ନାମରେ ମୋହର ଲାଗିଥିଲା ।
ଅର୍ଜୁନ ରେଡ୍ଡୀ ଫିଲ୍ମଟି ଏକ ପୁଅର ଜୀବନ ଉପରେ ଆଧାରିତ । ପୁଅଟି ଗୋଟେ ଝିଅକୁ ବହୁତ ଭଲ ପାଉଥିଲା କିନ୍ତୁ ଝିଅଟିକୁ ତା’ର ପରିବାର ଲୋକ ଜୋରଜବରଦସ୍ତ ଅନ୍ୟତ୍ର ଆଡେ ବାହା କରିଦେଇଥିଲେ ଏବଂ ଏହା ପରେ ପୁଅଟି ହତାସ ହୋଇ ନିଶାରେ ବୁଡି ରହିବାକୁ ପସନ୍ଦ କରେ । ଏହା ଏକ ରୋମାଣ୍ଟିକ-ଡ୍ରାମା ଫିଲ୍ମ ।


Share It

Comments are closed.