ଗିରଫ ହେଲେ ଭିକି –କାଟ୍ରିନାଙ୍କୁ ହତ୍ୟା ଧମକ ଦେଉଥିବା ବ୍ୟକ୍ତି


ଇନଷ୍ଟାଗ୍ରାମରେ କାଟ୍ରିନାଙ୍କୁ ଷ୍ଟକ ଏବଂ ହତ୍ୟା ଧମକ ଦିଆଯାଉଥିବାର ଘଟଣା ସମ୍ପର୍କରେ ଅଭିନେତା ଭିକି କୌଶଲ ସାନ୍ତାକ୍ରୁଜ ଥାନାରେ ଏଫଆଇଆର ପରେ ପୋଲିସ ମନୱନ୍ଦିର ସିଂନାମକ ଏକ ବ୍ୟକ୍ତିଙ୍କୁ ଗିରଫ କରିଛି । ସେ କାଟ୍ରିନାଙ୍କ ଏକ ବଡ ଫ୍ୟାନ ଏବଂ ପୂର୍ବରୁ ସେ କାଟ୍ରିନାଙ୍କ ସହିତ ଫଟୋ ଏବଂ ଭିଡିଓ ଏଡିଟ କରି ସୋସିଆଲ ମିଡିଆରେ ସେୟାର କରନ୍ତି ।
ସୋମବାର ଦିନ ସେ ଗିରଫ ହୋଇଥିବା ବେଳେ ମଙ୍ଗଳବାର ଦିନ ବାନ୍ଦ୍ରା କୋର୍ଟରେ ହାଜର ହୋଇଥିଲେ ଏବଂ ତାଙ୍କୁ ୨୮ ତାରିଖ ପର୍ଯ୍ୟନ୍ତ କଷ୍ଟଡି ରଖାଯିବ ବୋଲି ଦର୍ଶାଯାଇଛି ।
ଏହି ସମ୍ପର୍କରେ ମନଫ୍ୱିନ୍ଦରଙ୍କ ଓକିଲ କହିଛନ୍ତି ଯେ ମୋ ମହକିଲ ଜଣେ ଷ୍ଟର୍ଗଲିଂ ଆକ୍ଟର । ତାଙ୍କୁ ଏହି ଭିତରେ ଫସା ଯାଉଛି ଏବଂ ସେ ୨୦୧୯ରୁ ଗୋଟିଏ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ଆସୁଛନ୍ତି । ବର୍ତ୍ତମାନ କାହିଁକି ଏହି ଘଟଣାକୁ ଉଠାଯାଉଛି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।


Share It

Comments are closed.