ଜଣା ପଡିଲା ଅଦନାନ ସାମୀଙ୍କ ଅଲବିଦା ଲେଖିବାର କାରଣ


ବଲିଉଡରେ ଡିପେସ୍ରନ ଏବଂ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ପାକିସ୍ଥାନୀ ଗାୟକ ଅଦନାନ ସାମୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ ଏବଂ ଅଲବିଦା ଲେଖିବା ଘଟଣା ତାଙ୍କର ଫ୍ୟାନକୁ ବ୍ୟସ୍ତ କରାଇଦେଇଥିଲା । କେତେକ ନୂଆ ଗୀତ ଆସୁଥିବାର ସନେ୍ଦହ କରିଥିବା ବେଳେ କେତେ ଜଣ ଏହାର କାରଣ ବୋଲି ଚିନ୍ତା ବକ୍ତ କରି କମେଣ୍ଟ ଉପରେ କମେଣ୍ଟ କରିଚାଲିଥିଲେ ।

ବର୍ତ୍ତମାନ ସେହି ଅଲବିଦାର ଫର୍ଦ୍ଦାଫାସ ହୋଇଛି ଏବଂ ତାହା ପଛର ରହସ୍ୟ ଜଣାପଡିଛି । ଅଦନାନ ସାମୀ ନିଜର ନୂତନ ଗୀତ ଅଲବିଦା ରିଲିଜ କରିବାକୁ ଯାଉଛନ୍ତି । ଏଥିରେ ତାଙ୍କ ଚେହେରା ସ୍ପଷ୍ଟ ନଥିବା ବେଳେ କେବଳ ତାଙ୍କର ସ୍ୱର ଶୁଣାଯାଉଛି । ସେ ଇନଷ୍ଟାଗ୍ରାମରେ ନିଜର ଏକ ଟିଜର ଭିଡିଓ ସେୟାର କରିଛନ୍ତି ।


Share It

Comments are closed.