୨୩ତମ କାର୍ଗିଲ ବିଜୟ ଦିବସ


୨୬ ଜୁଲାଇ ଦେଶ ବ୍ୟାପି କାର୍ଗିଲ ବିଜୟ ଦିବସ ପାଳନ କରାଯାଉଥିବା ବେଳେ ଦେଶର ବହୁ ବ୍ୟବସାୟୀ, ନେତା ଏବଂ ଅଭିନେତାମାନେ ଆମ୍ଭମାନଙ୍କର କାର୍ଗିଲ ହିରୋ ମାନଙ୍କୁ ଶ୍ରନ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ଜୁଲାଇ ୨୬ ୧୯୯୯ ମସିହାରେ ଭାରତୀୟ ଆର୍ମି ପାକିସ୍ଥାନକୁ ଯୁଦ୍ଧରେ ପରାସ୍ତ କରି କାର୍ଗିଲ ଉପରେ ନିଜର ବିଜୟ ହାସଲ କରିଥିଲା । ସେହି ଦିନକୁ ଭାରତୀୟମାନେ କାର୍ଗିଲ ବିଜୟ ଦିବସଭାବେ ଜାତୀୟ ସ୍ତରରେ ପାଳନ କରିଥାନ୍ତି । ଏହି ଅବସରରେ ପ୍ରତ୍ୟେକ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ଦିଲ୍ଲୀର ଇଣ୍ଡିଆ ଗେଟଠାରେ ଅମର ଯୱାନ ଜ୍ୟୋତି ପ୍ରଜ୍ୱଳନ କରିଥାନ୍ତି । ଏହା ସେହି ସହିଦ ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଏବଂ ସମ୍ମାନର ପ୍ରତୀକ ଅଟେ । ସେହି କାର୍ଗିଲ ଯୁଦ୍ଧରେ ସମୁଦାୟ ୫୨୭ଜଣ ଯବାନ ସହିଦ ହୋଇଥିଲେ ।


Share It

Comments are closed.