ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ବାତ୍ୟା ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ


ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଆସିଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି କରିବେ ବାତ୍ୟା ସ୍ଥିତିର ସମୀକ୍ଷା। ବାଲେଶ୍ୱର, ଭଦ୍ରକରେ ଆକାଶ ମାର୍ଗରେ ସ୍ଥିତି ସମୀକ୍ଷା କରିବେ ମୋଦି। ରାଜ୍ୟ ସରକାରଙ୍କ ସହ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା ମଧ୍ୟ କରିବେ ।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି । ସେଠାରେ ସେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବେ । ଏହାପରେ ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯିବେ । ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିତି ସେ ଆକାଶମାର୍ଗରୁ ଦେଖିବେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବେ ବୋଲି ସୂଚନା ମିଳିଛି । ଓଡ଼ିଶା ଗସ୍ତ ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଯାଇ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ସେଠାରେ ମଧ୍ୟ ଏକ ସମୀକ୍ଷା ବୈଠକ ନେବାର କାର୍ଯ୍ୟସୂଚୀ ରହିଛି ।

ଉଲ୍ଲେଖଯୋଗ୍ୟ, ୨୦୧୯ର ଫୋନି ଏବଂ ୨୦୨୦ରେ ଅମ୍ଫନ ବାତ୍ୟା ପରେ ଓଡ଼ିଶା ଗସ୍ତରେ ଆସି ସବୁପ୍ରକାର ସହାୟତା ଯୋଗାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ ୟାସ୍‌ ବାତ୍ୟାର ସମୀକ୍ଷା ପରେ ରାଜ୍ୟକୁ ପୂର୍ବଭଳି ସହଯୋଗ ଯୋଗାଇବା ଅନୁମାନ କରାଯାଉଛି ।


Share It

Comments are closed.