ରାଷ୍ଟ୍ର ନିର୍ମାଣ ମହାଯଜ୍ଞରେ ନୂଆ ଜାତୀୟ ଶିକ୍ଷା ନୀତିର ବଡ଼ ଯୋଗଦାନ – ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ/ଭୁବନେଶ୍ୱର– ଆଗାମୀ ଦିନର ଭବିଷ୍ୟତ ଆମ ଯୁବପିଢିଙ୍କ ଶିକ୍ଷାର ବ୍ୟବସ୍ଥା ଉପରେ ନିର୍ଭର କରୁଥିବା ବେଳେ ଦେଶର ନୂଆ ଜାତୀୟ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣ ମହାଯଜ୍ଞରେ ବଡ଼ ଯୋଗଦାନ ପାଲଟିଛି ବୋଲି ଗୁରୁବାର ନୂଆ ଶିକ୍ଷା ନୀତି ପ୍ରଣୟନର ଏକ ବର୍ଷ ପୂର୍ତି ଅବସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଭିଡିଓ କନଫରେନ୍ସିଂ ଜରିଆରେ ଶିକ୍ଷା ଓ ଦକ୍ଷତା ବିକାଶର ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିିଛନ୍ତି । ସେହିପରି ପ୍ରଗତିଶୀଳ ନୂତନ ଜାତୀୟ ଶିକ୍ଷା ନୀତି ଭାରତର ଭବିଷ୍ୟତକୁ ନୂଆ ରୂପ ଦେବାରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ ତଥା ନୂଆ ଭାରତର ମାଇଲଖୁଂଟ ହେବ ବୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତରେ ଆମେ କେତେ ଆଗକୁ ବଢ଼ିବା ଏବଂ କେତେ ଉପରକୁ ଯିବା ଏହା ଯୁବପିଢିଙ୍କ ଶିକ୍ଷା ଏବଂ ସେମାନଙ୍କୁ ମାର୍ଗ ଦେଖାଇବା ଉପରେ ନିର୍ଭର କରେ । ଯୁବପିଢ଼ିର ଶିକ୍ଷା ଉପରେ ଦେଶର ଭବିଷ୍ୟତ ନିର୍ଭରଶୀଳ ଥିବା ବେଳେ ଆଜି ଦେଖାଯାଉଥିବା ସମ୍ଭାବନାକୁ ସାକାର କରିବା ପାଇଁ ଦେଶର ଯୁବକଙ୍କୁ ଦୁନିଆରେ ଗୋଟିଏ ପାଦ ଆଗକୁ ବଢ଼ିବା ସହ ଅଧିକା ଚିନ୍ତା କରିବାକୁ ହେବ । ନୂଆ ଜାତୀୟ ଶିକ୍ଷା ନୀତି ଯୁବପିଢ଼ିଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ଏବେ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ସାଥୀରେ ଅଛି ଏବଂ ଆଜି ଶୁଭାରମ୍ଭ କରାଯାଇଥିବା ଏକାଧିକ ପଦକ୍ଷେପ ଯୁବପିଢିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ସହ ଆଗକୁ ବଢ଼ିବାର ମାର୍ଗ ଦେଖାଇବ ବୋଲି ସେ କହିଛନ୍ତି ।
ସେହିପରି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏକାଧିକ ନୂଆ ଏବଂ ଅଭିନବ ପଦକ୍ଷେପର ଶୁଭାରମ୍ଭ ଦେଶର ଶିକ୍ଷା ପରିସଂସ୍ଥାନକୁ ଅଧିକ ତ୍ୱରାନ୍ୱିତ କରିବା ସହ ଦୂରଦୃଷ୍ଟିସମ୍ପନ୍ନ ନୂଆ ଶିକ୍ଷା ନୀତି ଅଧୀନରେ ଥିବା ଅନେକ ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ । ଆଜିର ଦିନ ଆମର ଇତିହାସ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ । ଆମେ ବର୍ତମାନ ଅମୃତ ମହୋତ୍ସବ ପାଳନ କରୁଛୁ । ବର୍ତମାନର ୫ ରୁ ୧୫ ବର୍ଷର ପିଲାଙ୍କୁ ନୂଆ ଶିକ୍ଷା ନୀତି ଆଗାମୀ ଭବିଷ୍ୟତର ନେତୃତ୍ୱ ଭାବରେ ପ୍ରସ୍ତୁତ କରିବା ସହ ଶିକ୍ଷା ଏବଂ ପ୍ରେରଣା ଦେବାରେ ମାଗଦର୍ଶକ ସାଜିବ ।
ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତି ପାଳନ କରିବ ସେହି ସମୟରେ ଏହି ବର୍ଗର ଛାତ୍ରଛାତ୍ରୀମାନେ ସାମର୍ଥ୍ୟର ଶୀର୍ଷରେ ଥିବେ । ନୂତନ ଶିକ୍ଷା ନୀତି ଦ୍ୱାରା ପ୍ରସ୍ତୁତ ହୋଇଥିବା ମାନବ ସମ୍ବଳ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖରେ ସାମୂହିକ ଦାୟିତ୍ୱ ନେବା ସହ ମାନବ ଜାତି ପ୍ରତି ଆସୁଥିବା ବିପଦର ସମାଧାନ କରିବେ । ପ୍ରଗତିଶୀଳ ନୂତନ ଶିକ୍ଷା ନୀତି ଆତ୍ମନିର୍ଭର ଭାରତର ବୈଶ୍ୱିକ ସ୍ଥିତି, ଭବିଷ୍ୟତକୁ ପୁନଃରୂପ ଦେବା ଉପରେ ଏକ ସୁଦୂରପ୍ରସାରୀ ପ୍ରଭାବ ପକାଇବ । ଭାରତକୁ ଶିକ୍ଷା ଅର୍ଥନୀତିର ଶୀର୍ଷରେ ପହଁଚାଇବା ପାଇଁ ଆମର ନେତୃତ୍ୱର ପ୍ରତିବଦ୍ଧତାକୁ ନୂତନ ଶିକ୍ଷା ନୀତି ପ୍ରତିଫଳିତ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଏହି ଅବସରରେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ବିଦ୍ୟା ପ୍ରଦେଶ, ମାଧ୍ୟମିକ ସ୍ତରରେ ବିଷୟ ହିସାବରେ ଭାରତୀୟ ସାଙ୍କେତିକ ଭାଷାର ଶୁଭାରମ୍ଭ ସହ ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ଶିକ୍ଷକମାନଙ୍କ ତାଲିମ ନେଇ ଏକ ସମନ୍ୱିତ କାର୍ଯ୍ୟକ୍ରମ ନିଷ୍ଠା ୨.୦, ସଫଲ, ଜନତାଙ୍କ ସଚେତତନା ପାଇଁ ସଫଳ ଗ୍ରେଡ, ୩, ୫,ଓ ୮ ସିବିଏସଇ ସ୍କୁଲ ପାଇଁ ଏକ ଦକ୍ଷତାଯୁକ୍ତ ଆକଳନ ପଦ୍ଧତି ଓ କୃତିମ ମେଧା ପାଇଁ ଏକ ଉତ୍ସର୍ଗୀକୃତ ଏକ ୱେବସାଇଟ୍‌,ଏକାଡ଼େମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡ଼ିଟ୍ ଏବଂ ମଲଟିପୁଲ ଏଂଂଟ୍ରି-ଏକଜିଟ, ଆଂଚଳିକ ଭାଷାରେ ପ୍ରଥମବର୍ଷର ଇଞ୍ଜିନିୟରିଂ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାର ଆଭ୍ୟନ୍ତରୀଣ ପାଇଁ ମାଗଦର୍ଶିକା, ନ୍ୟାସନାଲ ଡ଼ିଜିଟାଲ ଅଜୁକେସନ ଆର୍କିଟେକର(ଏନଡ଼ିଇଏଆର) ଏବଂ ନ୍ୟାସନାଲ ଏଜୁକେସନ ଟେକ୍ନୋଲୋଜି ଫୋରମ (ଏଇଟିଏଫ)ର ଶୁଭାରମ୍ଭ କରିଥିଲେ ଏହି ଏକାଧିକ ପଦକ୍ଷେପ ଗୁଡ଼ିକର ଶୁଭାରମ୍ଭ ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ ।
ଏହି ଅବସରରେ ଶ୍ରୀ ପ୍ରଧାନ ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବକୁ ପ୍ରସ୍ତୁତ କରିଥିବାରୁ ପଦ୍ମବିଭୂଷଣ ଡ଼ା. କେ କସ୍ତୁରିରଙ୍ଗନ, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀଙ୍କୁଧନ୍ୟବାଦ ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ଶିକ୍ଷା ନୀତିରେ ଏକାଧିକ ପଦକ୍ଷେପ ଏବଂ ମାର୍ଗଦର୍ଶନ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ ।


Share It

Comments are closed.