ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି “ଷ୍ଟାଚ୍ୟୁ ଅଫ ୟୁନିଟି”ର ନିର୍ମାଣ ଶେଷ


ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରସ୍ତୁତ ହେଉଥିବା ୧୮୨ ମିଟର ବିଶିଷ୍ଟ ପ୍ରତିମୂର୍ତ୍ତିର କାମ ସମ୍ପୂର୍ଣ୍ଣ ହୋଇଛି । ଲୌହମାନବର ଆଖ୍ୟା ପାଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ । ଏହି ସଂକ୍ରାନ୍ତରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ସୂଚନା ଦେଇଛନ୍ତି । ୨୦୧୩ ମସିହାରେ ଗୁଜୁରାଟ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
“ଷ୍ଟାଚ୍ୟୁ ଅଫ ୟୁନିଟି”ର ନିର୍ମାଣ ଇଞ୍ଜିନିୟରଂ କମ୍ପାନୀ ଏଲ ଏଣ୍ଡ ଟି କରିଥିଲା । ଏହାକୁ ନିର୍ମାଣ କରିବା ପାଇଁ କମ୍ପାନୀ ୪ ବର୍ଷରୁ ଅଧିକ ସମୟ ନେଇଥିଲା । ଏହି ପ୍ରତିମୂର୍ତ୍ତିକୁ ନିର୍ମାଣ ପାଇଁ ୧୩୪୭ କୋଟି ଖର୍ଚ୍ଚ ହୋଇଥିବାବେଳେ ପ୍ରଦର୍ଶନୀ ଗୃହ ପାଇଁ ୨୩୫ କୋଟି, ଅଡିଟୋରିୟମ ପାଇଁ ୬୫୭ କୋଟି ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣ ବେକ୍ଷଣା ପାଇଁ ୮୩ କୋଟି ଖର୍ଚ୍ଚ ହୋଇଛି ।
ପ୍ରକାଶ ଥାଉକି ଏହି ପ୍ରତିମାକୁ ନିର୍ମାଣ କରିବା ପାଇଁ ବିଜେପି ଏକ ଅଭିଯାନ ଚଳାଇ ସମସ୍ତ ଗାଁରୁ ଲୌହ ଏକାଠି କରିଥିଲା ।
ଏହି ପ୍ରତିମାଟି ଦୁନିଆର ସବୁଠାରୁ ଉଚ୍ଚତ୍ତମ ପ୍ରତିମୂର୍ତ୍ତି ଅଟେ, ଯାହାରକି ଉଚ୍ଚତା ୧୮୨ ମିଟର । ପୂର୍ବରୁ ଚୀନରେ ସବୁଠାରୁ ଉଚ୍ଚତ୍ତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରହିଥିବାବେଳେ ତାହାର ଉଚ୍ଚତା ୧୨୮ ମିଟର ଥିଲା । ଲୌହମାନବଙ୍କର ଏହି ପ୍ରତିମାକୁ ୨୫୦୦ରୁ ଉର୍ଦ୍ଧ କର୍ମଚାରୀ ମିଶିକରି ନିର୍ମାଣ କରିଛନ୍ତି । ଏହାକୁ ନିର୍ମାଣ କରିବା ପାଇଁ ମୋଟାମୋଟି ୨୯୭୯ କୋଟି ଖର୍ଚ୍ଚ ହୋଇଥିଲା । ଏହି ପ୍ରତିମାଟିକୁ ଗୁଜୁରାଟ ନର୍ମଦା ନଦୀ କୂଳରେ ସ୍ଥାପିତ କରାଯାଇଛି ।


Share It

Comments are closed.