ବିବାହ କରିବେ ଓଡିଶାର ପ୍ରଥମ ଟ୍ରାନ୍ସଜେଣ୍ଡର ସରକାରୀ କର୍ମଚାରୀ


ଓଡିଶାର ପ୍ରଥମ ଟ୍ରାନ୍ସଜେଣ୍ଡର ସରକାରୀ କର୍ମଚାରୀ ନିଜର ଲିଭ ଇନ ପାର୍ଟନରଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ନିକଟରେ ସୁପ୍ରିମକୋର୍ଟଙ୍କର ଐତିହାସିକ ରାୟ ଆସିବା ପରେ ଏøଶ୍ୱର୍ଯ୍ୟା ବିବାହ କରିବାକୁ ନିଷ୍ପତି ନେଇଛନ୍ତି । ଧାରା ୩୭୭ ଅନ୍ତର୍ଗତ ୧୮ ବର୍ଷରୁ ଉର୍ଦ୍ଧ ସମଲିଙ୍ଗୀ ନିଜର ଇଚ୍ଛା ଅନୁସାରେ ବିବାହ କରିପାରିବେ ଏବଂ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରେ ଅଣାଯିବା ନାହିଁ ବୋଲି ସୁପ୍ରିମକୋର୍ଟ ଏହି ଐତିହାସିକ ନିଷ୍ପତି ନେଇଛନ୍ତି ।
ଏହାର ସବୁଠାରୁ ଅଧିକ ଫାଇଦା ସେହି ଲୋକମାନଙ୍କୁ ମିଳିବ ଯେଉଁମାନେ ପ୍ରେମ ପାଇଁ ଅପରାଧି ଭଳି ଜୀବନ ବଞ୍ଚୁଥିଲେ । ତେବେ ଏଥି ମଧ୍ୟରେ ନିଜର ପ୍ରେମର ସଂପର୍କକୁ ଆଗକୁ ବଢାଇବା ପାଇଁ ଓଡିଶାର ପ୍ରଥମ ଟ୍ରାନ୍ସଜେଣ୍ଡର ସରକାରୀ ଅଫିସର ଐଶ୍ବର୍ଯ୍ୟା ରିତୁପର୍ଣ୍ଣା ପ୍ରଧାନ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଐଶ୍ବର୍ଯ୍ୟାଙ୍କ କହିବା ମୁତାବକ ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ସେ ନିଜକୁ ସ୍ୱାଧୀନ ହେଲା ପରି ମନେ କରୁଛନ୍ତି । ଏøଶ୍ୱର୍ଯ୍ୟାଙ୍କୁ ୩୪ ବର୍ଷ ହୋଇଥିବାବେଳେ ସେ ବର୍ତ୍ତମାନ ପାରାଦ୍ୱୀପ ଫାଇନାନ୍ସ ସର୍ଭିସ ଅଧିକାରୀ ରୂପେ କାର୍ଯ୍ୟରତ ଅଟନ୍ତି । ସେ ଓଡିଶାର ପ୍ରଥମ ଟ୍ରାନ୍ସଜେଣ୍ଡର ସରକାରୀ ଅଧିକାରୀ ରୂପେ ଚର୍ଚ୍ଚାର ପରିସରକୁ ଆସିଥିଲେ ।
୨୦୧୪ ମସିହାରେ ସୁପ୍ରିମକୋର୍ଟ ଯେତେବେଳେ ତୃତୀୟ ଲିଙ୍ଗୀକୁ ସମାଜରେ ସମାନ ପରିଚୟ ପ୍ରଦାନ କରିଥିଲେ ସେତେବେଳେ ସେ ନିଜକୁ ପୁରୁଷରୁ ତୃତୀୟ ଲିଙ୍ଗୀ ରୂପେ ଘୋଷଣା କରିଥିଲେ । ଏହା ପରେ ସେ ଓଡିଶା ସରକାରଙ୍କୁ ନୋଟିଫିକେସନ ଜାରିକରି ତାଙ୍କ ପରିଚୟକୁ ମାନ୍ୟତା ପ୍ରଦାନ କରିଥିଲେ । ଐଶ୍ବର୍ଯ୍ୟାଙ୍କ କହିବା ମୁତାବକ ସେ ନିଜ ପ୍ରେମିକଙ୍କ ସହ ୨ ବର୍ଷ ହେଲା ଲିଭଇନ ସମ୍ପର୍କରେ ରହି ଆସୁଛନ୍ତି ଏବଂ ସେ ପରସ୍ପରକୁ ଖୁବ ଶୀଘ୍ର ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ।


Share It

Comments are closed.