ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ବାଲି ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି


ଇଣ୍ଡୋନେସିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ବାଲିରେ ହେବାକୁ ଯାଉଛି ୧୭ ତମ ଜି-୨୦ ଶିଖର ସମ୍ମିଳନୀ । ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ୧୪ ରୁ ୧୬ ନଭେମ୍ୱର ପର୍ଯ୍ୟନ୍ତ ବାଲିରେ ରହିବେ । ୧୪ରୁ ୧୬ ଯାଏ ହେବ ଜି-୨୦ ଶିଖର ସମ୍ମିଳନୀ ।

ସମଗ୍ର ବିଶ୍ୱର ବଡ଼ ବଡ଼ ୨୦ ଟି ମନ୍ତ୍ରୀମଣ୍ଡଳ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେବା ସହିତ ୧୦ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏହି ବୈଠକରେ ବହୁପକ୍ଷୀୟ ଓ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ବିସୃତ ଆଲୋଚନା କରିବେ ମୋଦି । ଭାରତ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡ଼ା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ଓ ୟୁରୋପିୟ ସଙ୍ଘ ମଧ୍ୟ ଏଥିରେ ସାମିଲ ହେବେ ।

ଜି-୨୦ ସମ୍ମିଳନୀର ପରବର୍ତ୍ତୀ ଅଧ୍ୟକ୍ଷ ରହିବ ଭାରତ । ଏହା ଆସନ୍ତା ବର୍ଷ ଅର୍ଥାତ୍, ସେପ୍ଟେମ୍ୱର ୨୦୨୩ରେ ନୂଆଦିଲ୍ଲୀରେ ଆୟୋଜିତ ହେବ । ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଶିଖର ସମ୍ମିଳନୀ ୩ଟି ପର୍ଯ୍ୟାୟରେ ହେବ । ତିନୋଟି ଯାକ ପର୍ଯ୍ୟାୟରେ ମୋଦି ଅନ୍ୟ ବିଶ୍ୱ ନେତାଙ୍କ ସହ ଯୋଗ ଦେବେ । ଏହି ସମ୍ମିଳନୀରେ ମୁଖ୍ୟତଃ ଖାଦ୍ୟ, ଶକ୍ତି, ନିରପତା ପ୍ରସଙ୍ଗରେ ଆଲୋଚନା ହେବ ।


Share It

Comments are closed.