କାନାଡାକୁ କୋଭିଡ ଟୀକା ଯୋଗାଇବ ଭାରତ


କାନାଡ଼ାକୁ ପର୍ଯ୍ୟାପ୍ତ ମାତ୍ରାରେ କୋଭିଡ ଟିକା ଯୋଗାଇବା ଲାଗି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ବାବଦରେ ଉଭୟଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା ହୋଇଛି । ଏ ନେଇ ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଟ୍ରୁଡୋଙ୍କ ଫୋନ୍‌ କଲ୍‌ ଗ୍ରହଣ କରି ମୁଁ ବେଶ୍‌ ଆନନ୍ଦିତ । କୋଭିଡ ଟିକା ଯୋଗାଇବା ଲାଗି କାନାଡ଼ା ପକ୍ଷରୁ କୁହାଯାଇଥିଲା । ଭାରତ ଏ ନେଇ ଯଥାସାଧ୍ୟ ଉଦ୍ୟମ କରିବ । ଏଥିସହ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଭଳି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମେ ସହଯୋଗ ଜାରି ରଖିବୁ ବୋଲି ସହମତି ପ୍ରକାଶ କରିଛୁ ।


Share It

Comments are closed.