ବେଡରୁମରେ ଲଗାନ୍ତୁ ଏହି କେତୋଟି ଗଛ ଯାହା ବୃଦ୍ଧି କରିବ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା


ସମସ୍ତଙ୍କୁ ଘରେ ଇନଡୋର ପ୍ଲାଣ୍ଟ ରଖୁଥବା ବେଳେ ଘରେ ବିଭିନ୍ନ ଗଛ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଆପଣଙ୍କ ଘରେ ବିଭିନ୍ନ ରୁମରେ ଭିନ୍ନ ଭିନ୍ନ ଗଛ ଲଗାଇପାରିବେ । ଗଛ ଆପଣଙ୍କ ମୁଡ ବୁଷ୍ଟ କରିବା ସହିତ ଉତ୍ପାଦୀକରଣ ବୃଦ୍ଧି, ଚିନ୍ତା ଦୁଃଖ କମ କରିଥାଏ ଏବଂ ଘରର ପରିବେଶ ଏବଂ ବାୟୁ ତଥା ବାତାବରଣ ପରିବର୍ତ୍ତନ କରିଥାଏ ।
ଆସନ୍ତୁ ଜାଣିବା ଆପଣ କେଉଁ କେଉଁ ଗଛ ବେଡରୁମ ପାଇଁ ଉପକାରୀ . . . . .
୧. ଲାଭେଣ୍ଡର – ଲାଭେଣ୍ଡର ସହଜରେ ମିଳୁଥିବା ଏକ ହର୍ବ । ଏହି ଗଛ ଭଲ ନିଦ୍ରା ପ୍ରଦାନ କରିଥାଏ, ବହୁତ ଜିଦି କରୁଥିବା ଶିଶୁମାନଙ୍କୁ ଶାନ୍ତ କରିଥାଏ । ଏହା ରୁମରେ ହାଲକା ଏକ ବାସ୍ନା ଖେଳିଥାଏ ।
୨. ମନି ପ୍ଲାଣ୍ଟ – ଏହା ଘରେ ଅକ୍ସିଜେନ ବୃଦ୍ଧି କରିଥାଏ । ଏହା ଘରର ପରିବେଶ ଏବଂ ବାତାବରଣ ଶୁଦ୍ଧ କରିଥାଏ ।
୩. ଜସ୍ମିନ – ଜସ୍ମିନ ଗଛ ବେଡ ରୁମରେ ଲଗାଇବା ଦ୍ୱାରା ଭଲ ନିଦ୍ରା ପ୍ରଦାନ କରିଥାଏ । ଆପଣଙ୍କର ମୁଣ୍ଡ ବିନ୍ଧା କିମ୍ବା ନିଦରେ ଅନିୟମିତତା ହେଉଥିଲେ ଜସ୍ମିନ ଗଛ ଆପଣ ଲଗାଇପାରିବେ ।
୪. ରୋଜମୋରୀ – ରୋଜମେରୀ ଘରେ ଏୟାର ପ୍ୟୁରିଫାଏ କରିଥାଏ । ଏହାର ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ବ୍ୟାକ୍ଟେରିଆଲ ସଂକ୍ରମଣ ରକ୍ଷା କରିଥାଏ । ରୋଜମେରୀ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ଏବଂ ବ୍ରେନର କାର୍ଯ୍ୟକୁ ବୃଦ୍ଧି କରିଥାଏ ।
୫. ଆଲୋଭେରା – ଆଲୋଭେରା ଆପଣଙ୍କ ତ୍ୱଚା, କେଶ ଏବଂ କଣ୍ଠର ସମସ୍ୟା ଦୂର କରୁଥିବା ବେଳେ ଏହା ଘରେ ମଧ୍ୟ ଅମ୍ଳଜାନର ମାତ୍ରା ବୃଦ୍ଧି କରିଥାଏ । ଏହା ମଧ୍ୟ ଶ୍ରେଷ୍ଠ ଏୟାର ପ୍ୟୁରିଫାୟର ଅଟେ ।
୬. ପିସ ଲିଲି – ପିସ ଲିଲି ଦେଖିବାକୁ ସୁନ୍ଦର ହେବା ସହିତ ତାହା ଘରେ ସୁସ୍ଥ ପରିବେଶ ସୃଷ୍ଟି କରିଥାଏ । ଏହା ବେଶି ଜଳ ଏବଂ ଯତ୍ନ ଆବଶ୍ୟକ କରେ ନାହିଁ ଏବଂ ଏହା ଘରେ ସକରାତ୍ମକ ପ୍ରଭାବ ପକାଇଥାଏ । ଏହା ଆର୍ଲଜିକୁ ରୋକିଥାଏ ଏବଂ ନାକ ଏବଂ କଫର ସଂକ୍ରମଣକୁ ରକ୍ଷା କରିଥାଏ ।


Share It

Comments are closed.