କରୋନା ଭାଇରସକୁ ‘ଚୀନ ମହାମାରୀ’ କହି ସମ୍ବୋଧିତ କଲେ ଟ୍ରମ୍ପ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଚୀନ ଉପରେ ନିଜ କ୍ରୋଧ ଜାହିର କରିଛନ୍ତି । ଗତ ବର୍ଷ ଚୀନରୁ ପ୍ରଥମେ ଦେଖାଦେଇଥିବା ମହାମାରୀ କରୋନା ଭାଇରସ ବର୍ତ୍ତମାନ ସାରା ବିଶ୍ୱରେ ନିଜ ତାଣ୍ଡବଲୀଳା ରଚୁଥିବାବେଳେ ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଚୀନ ମହାମାରୀ ବୋଲି କହିଛନ୍ତି । ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ଚୀନ ଉପରେ ନିଜର କ୍ରୋଧ ଜାହିର କରି ସାରା ବିଶ୍ୱରେ ମହାମାରୀ କରୋନା ଭାଇରସର ତାଣ୍ଡବଲୀଳା ପାଇଁ ଚୀନକୁ ଦାୟୀ ବୋଲି କହି ସାରିଛନ୍ତି ।

ଟ୍ରମ୍ପ, ଚୀନ ଉପରେ ନିଜ କ୍ରୋଧ ଜାହିର କରି କହିଛନ୍ତି ଯେ, “(କରୋନା ଭାଇରସ) ଚୀନ ମହାମାରୀ ଅଟେ, ଏହା ହେବାର ନଥିଲା କିନ୍ତୁ ଚୀନ ଏହାକୁ କରାଇଛି । ଆମେ ନୂଆ ଟ୍ରେଡ ଡିଲ ସାଇନ କରିଥିଲୁ, ଏହାର ସାଇ ଶୁଖି ନାହିଁ ସେତେବେଳେ ଆସିଗଲା କରୋନା ।” ଅନ୍ୟପଟେ ହ୍ୱାଇଟ ହାଉସର ପ୍ରେସ ସଚିବ କାଏଲେ ମ୍ୟାକନେନୀ କହିଛନ୍ତି ଯେ, ଭାରତର ପୂର୍ବ ଲଦାଖ ସମାନ୍ତରେ ଭାରତୀୟ ଏବଂ ଚୀନ ଯବାନଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ଦ୍ୱାରା ଚୀନ କମ୍ୟୁନିଷ୍ଟ ପାର୍ଟିର ଅସଲ ଚେହେରା ସାମନାକୁ ଆସିଯାଇଛି । ଆମେରିକା ଏହାର ପ୍ରତ୍ୟେକ ସ୍ଥିତି ଉପରେ ଟିକିନିକି ନଜର ରଖୁଛି ଏବଂ ଏହା ସହ ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ ଜଣାଉଛି ।


Share It

Comments are closed.