ଟିପିଏସ୍ଓଡିଏଲକୁ ମିଳିଲା ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ ମାନ୍ୟତା


ବ୍ରହ୍ମପୁର, ମଇ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ) ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ର ମାନ୍ୟତା ହାସଲ କରିଛି । ଏହି ସମ୍ମାନସ୍ପଦ ପ୍ରମାଣପତ୍ର ଚଳିତ ବର୍ଷ ମଇରୁ ଆସନ୍ତା ବର୍ଷ ମଇ ମାସ ପର୍ଯ୍ୟନ୍ତ ବୈଧ ହେବ । ଏହି ପ୍ରମାଣପତ୍ର କମ୍ପାନୀର ଅସାଧାରଣ କର୍ମକ୍ଷେତ୍ର ସଂସ୍କୃତିକୁ ପ୍ରମାଣିତ କରୁଛି ।

କମ୍ପାନୀର କର୍ମକ୍ଷେତ୍ର ସଂସ୍କୃତି ଓ କର୍ମଚାରୀମାନଙ୍କର କମ୍ପାନୀ ପ୍ରତି ଥିବା ସନ୍ତୁଷ୍ଟି ଓ ବିଶ୍ୱାସ ଆଧାରରେ ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ ପ୍ରମାଣପତ୍ର ପ୍ରଦାନ କରାଯାଏ । ଟିପିଏସ୍ଓଡିଏଲ୍ ନିଜର କର୍ମଚାରୀମାନଙ୍କ ମଧ୍ୟରେ ଦୃଢ଼ ବିଶ୍ୱାସ ଓ ବନ୍ଧୁତାର ଭାବକୁ ପ୍ରତିଫଳିତ କରିପାରିଛି । ଯାହା ଫଳରେ ଏହି ସମ୍ମାନସ୍ପଦ ପ୍ରମାଣପତ୍ର କମ୍ପାନୀକୁ ମିଳିଛି । ସେହିଭଳି ଏହି ମାନ୍ୟତା କମ୍ପାନୀର ସକାରାତ୍ମକ କାର୍ଯ୍ୟ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ ।

ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ, ଭାରତଠାରୁ ଏହି ପ୍ରମାଣପତ୍ର ଗ୍ରହଣ କରି ଆମେ ଆନନ୍ଦିତ । ଟିପିଏସ୍ଓଡିଏଲରେ କର୍ମଚାରୀମାନେ ନିଜର କାର୍ଯ୍ୟ ଓ କାର୍ଯ୍ୟକ୍ଷେତ୍ରକୁ ନେଇ ଗର୍ବ କରନ୍ତି । କମ୍ପାନୀର ଲକ୍ଷ୍ୟ ପୂରଣରେ ସମସ୍ତ କର୍ମଚାରୀ ପ୍ରତିବଦ୍ଧ ଅଟନ୍ତି । ଏହି ପ୍ରମାଣପତ୍ର କର୍ମଚାରୀମାନଙ୍କର ନିଷ୍ଠା ଓ ଆମ ସୁପରିଚାଳନାର ପ୍ରମାଣ ବୋଲି କହିଛନ୍ତି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ।

ଟିପିଏସ୍ଓଡିଏଲ୍ କିଭଳି କର୍ମଚାରୀମାନଙ୍କର କଲ୍ୟାଣ ଓ ବୃତ୍ତିଗତ ଅଭିବୃଦ୍ଧି ଦିଗରେ ଧ୍ୟାନ ଦେଉଛି ଓ ସେନେଇ କ୍ରମାଗତ ପ୍ରଚେଷ୍ଟା ଜାରି ରଖିଛି, ସେସମ୍ପର୍କରେ ମଧ୍ୟ ଏହି ପ୍ରମାଣପତ୍ରରେ ଉଲ୍ଲେଖ ରହିଛି । ସେହିଭଳି ସମାଜ ପ୍ରତି ଅବଦାନ, କର୍ମକ୍ଷେତ୍ରରେ ଉତ୍ସବ, ପରିଚାଳନା ଦକ୍ଷତା ଓ କର୍ମଚାରୀଙ୍କ କାର୍ଯ୍ୟ ଓ ଅନୁଷ୍ଠାନ ପ୍ରତି ଥିବା ସନ୍ତୁଷ୍ଟି କ୍ଷେତ୍ରରେ କମ୍ପାନୀର ଯୋଗଦାନ ସମ୍ପର୍କରେ ମଧ୍ୟ ପ୍ରମାଣପତ୍ରରେ ଆଲୋକପାତ କରାଯାଇଛି ।


Share It

Comments are closed.