ଦୁନିଆର ସବୁଠୁ ଲମ୍ବା ରାଜପଥ: ଯାତ୍ରା ଶେଷ କରିବାକୁ କିଛି ଦିନ ନୁହେଁ ଲାଗିଥାଏ ମାସ


ବିଶ୍ୱରେ ଏପରି ଏକ ରାଜପଥ ରହିଛି ଯାହା ୧୪ ଦେଶକୁ ପରସ୍ପର ସହ ଯୋଡ଼ିଥାଏ। ବିଶ୍ୱର ସବୁଠାରୁ ଲମ୍ବା ରାଜପଥର ନାମ ହେଉଛି ପାନ ଆମେରିକୀୟ ରାଜପଥ। ଯାହା ଉତ୍ତର ଏବଂ ଦକ୍ଷିଣ ଆମେରିକା ମହାଦେଶକୁ ପରସ୍ପର ସହ ସଂଯୋଗ କରିଥାଏ। ଏପରି ଏକ ରାଜପଥ ନିର୍ମାଣ କରିବାର ଧାରଣା ପ୍ରଥମେ ୧୯୨୩ ମସିହାରେ ଆସିଥିଲା। ଏହି ରାଜପଥର ବିଶେଷତ୍ୱ ହେଉଛି ଏହା ୨ ମହାଦେଶକୁ ପରସ୍ପର ସହ ଯୋଡ଼ିଥାଏ। କିପରି ଗୋଟିଏ ରାସ୍ତା ଏକକ ମାର୍ଗ ଭାବରେ ଦୁଇ ମହଦେଶକୁ ଯୋଡ଼ିପାରିବ ସେ ଚିନ୍ତା କରାଯାଇଥିଲା। ଅବଶ୍ୟ ପରେ ଏହି ରାସ୍ତା ଯେଉଁ ଦେଶ ଦେଇ ଯାଇଥିଲା ସେହି ଦେଶର ମୁଖ୍ୟ ରାଜପଥରେ ବିଭକ୍ତ ହୋଇଯାଇଥିଲା। ପାନ ଆମେରିକୀୟ ରାଜପଥ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ରାଜ୍ୟରୁ ଆରମ୍ଭ ହୋଇ ଲାଟିନ ଆମେରିକୀୟ ଦେଶ ଆର୍ଜେଣ୍ଟିନା ଠାରେ ଶେଷ ହୋଇଥାଏ।

ମୋଟ ୧୪ ଦେଶକୁ ପରସ୍ପର ସହ ଯୋଡ଼ିଥାଏ ପାନ ଆମେରିକୀୟ ରାଜପଥ। ଏହି ଦେଶର ନାମ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା, ପେରୁ, ପାନାମା, ନିକାରାଗୁଆ, ମେକ୍ସିକୋ, ହଣ୍ଡୁରାସ, ଗ୍ୱାଟେମାଲା, ଏଲ ସାଲଭାଡୋର, କୋଷ୍ଟାରିକା, କଲମ୍ବିଆ, ଚିଲି, କାନାଡା, ବଲିଭିଆ ଏବଂ ଆର୍ଜେଣ୍ଟିନା। ଉଭୟ ଉତ୍ତର ଏବଂ ଦକ୍ଷିଣ ଆମେରିକା ମହାଦେଶରେ ଅବସ୍ଥିତ ଅନେକ ଦେଶରେ ଏହି ରାଜପଥକୁ ନିର୍ମାଣ କରିବା ଦିଗରେ ଯୁକ୍ତରାଷ୍ଟ୍ର ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲା। ଯଦିଓ ଏହି ସମଗ୍ର ରାଜପଥ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ, ହେଲେ ଏହାର ପ୍ରାୟ ୧୧୦ କିଲୋମିଟର ଅଂଶ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଏହି ଭାଗ ବିପଜ୍ଜନକ ବୋଲି ବିବେଚନା କରାଯାଏ। ଯାହା ପାନାମା ଏବଂ କଲମ୍ବିଆ ମଧ୍ୟରେ ରହିଛି। ଏହି ଅଂଶକୁ ଡାରିଏନ୍ ଗ୍ୟାପ୍ କୁହାଯାଏ। ଏହି ଅଞ୍ଚଳରେ ଅପହରଣ, ଡ୍ରଗ୍ସ କାରବାର ଏବଂ ଚୋରା ଚାଲାଣ ଭଳି ଅନେକ ବେଆଇନ କାର୍ଯ୍ୟ ଚାଲିଛି। ଲୋକେ ପ୍ରାୟତଃ ଡଙ୍ଗା କିମ୍ବା ବିମାନ ମାଧ୍ୟମରେ ଏହି ଅଞ୍ଚଳକୁ ଅତିକ୍ରମ କରିଥାନ୍ତି।

ଯାତ୍ରା ସମାପ୍ତ କରିବାକୁ କେତେ ସମୟ ଲାଗେ?
ଠିକ୍, ଏହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଗାଡିର ଗତି ଉପରେ ନିର୍ଭର କରେ। କିନ୍ତୁ ଯଦିଓ ପ୍ରତିଦିନ ହାରାହାରି ୫୦୦ କିଲୋମିଟର ଯାତ୍ରା ସମାପ୍ତ କରିହୁଏ। ହେଲେ ଏହି ଦୂରତାକୁ ଅତିକ୍ରମ କରିବାକୁ ପ୍ରାୟ ୬୦ ଦିନ ସମୟ ଲାଗିବ। କାର୍ଲୋସ ସାଣ୍ଟାମାରିଆ ନାମକ ଜଣେ ସାଇକେଲ ଚାଳକ ୧୧୭ ଦିନ ମଧ୍ୟରେ ଏହି ସମଗ୍ର ମାର୍ଗ ସମାପ୍ତ କରିଥିଲେ। ତାଙ୍କର ଏହି କାରନାମା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଠାରେ ରେକର୍ଡ କରାଯାଇଛି।

କୌଣସି ମାର୍ଗ ନାହିଁ

ଏହି ରାଜପଥ ସମ୍ପର୍ଣ୍ଣ କରିବାକୁ କୌଣସି ଗୋଟିଏ ମାର୍ଗ ନାହିଁ। ଯଦି ଆମେ ସରକାରୀ ମାର୍ଗ ବିଷୟରେ କଥା ହେବା, ତାହେଲ ଏହା ମେକ୍ସିକୋ ଠାରୁ ଆର୍ଜେଣ୍ଟିନାର ରାଜଧାନୀ ପର୍ଯ୍ୟନ୍ତ ଯାଇଯାଏ। ହେଲେ ତଥାପି ଏହାର ଅନେକ ଶାଖା ରହିଛି। ଯଦି ଏହି ସମସ୍ତ ମାର୍ଗକୁ ଯୋଡ଼ି ଦିଆଯାଏ, ତାହେଲେ ଏହାର ମୋଟ ଦୈର୍ଘ୍ୟ ୪୮ ହଜାର କିଲୋମିଟର କିମି ପର୍ଯ୍ୟନ୍ତ ଯାଏ। କୁହାଯାଏ ଯେ ଯଦି ଆପଣ ଉଭୟ ଉତ୍ତର-ଦକ୍ଷିଣ ଆମେରିକା ମହାଦେଶରେ ଅବସ୍ଥିତ କୌଣସି ରାଜଧାନୀ ମଧ୍ୟରେ ଭ୍ରମଣ କରୁଛନ୍ତି ତାହେଲେ ଆପଣ କୌଣସି ନା କୌଣସି ସ୍ଥାନରେ ଆପଣ ଏହି ପାନ ଆମେରିକା ରାଜପଥକୁ ଆସିଯିବେ। ଏହି ପୂରା ମାର୍ଗ ସୁନ୍ଦର ପର୍ବତ, ନଦୀ, ବଡ଼ ଖାଲି ସମତଳ ଦେଇ ଯାଇଥାଏ। ଲୋକେ ଦୀର୍ଘ ସଡ଼କ ଯାତ୍ରା ପାଇଁ ଏହା ଉପରେ ଆସିବାକୁ ପସନ୍ଦ କରିଥାନ୍ତି।


Share It

Comments are closed.