ଶାସ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ଇଞ୍ଜାମାମ


ଅଷ୍ଟ୍ରେଲିଆ ଗସ୍ତରେ ଯାଇ ତାଙ୍କର ହିଁ ଘରୋଇ ମାଟିରେ ତାଙ୍କୁ ପରାଜୟର ସ୍ୱାଦ ଚଖାଇଥିବା ଭାରତ ଦଳର ଖେଳାଳୀ ବର୍ତ୍ତମାନ ଖୁବ ପ୍ରଶଂସା ସାଉଁଟୁଛନ୍ତି । ମହମ୍ମଦ ସିରାଜ, ରିଷଭ ପନ୍ତ, ୱାସିଂଗଟନ ସୁନ୍ଦର ଏବଂ ଶ୍ରଦ୍ଧାଲ ଠାକୁରଙ୍କୁ ଏହି ବଜୟର ଶ୍ରେୟ ଦିଆଯାଉଛି । ଆଡେଲେଟ ଟେଷ୍ଟରେ ହାରିବା ପରେ ଅଜିଙ୍କେ ରାହାଣେଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଖୁବ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଏଥିରେ ଭାରତୀୟ ଦ୍ୱିତୀୟ ଥର ପାଇଁ ବର୍ଡର ଗାଭାଷ୍କାର ଟ୍ରଫିକୁ ନିଜ ନାମରେ କରିବା ସହ ୪ଟି ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୨-୧ରେ ବିଜୟ ହାସଲ କରିଥିଲେ । ଏହି ମଧ୍ୟରେ ପାକିସ୍ତାନର ପୂର୍ବତ୍ତନ ଅଧିନାୟକ ଇଂଜାମାମ ଉଲ ହକ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ବିଜୟ ପାଇଁ ଦଳର ପ୍ରମୁଖ କୋଚ ରବି ଶାସ୍ତ୍ରିଙ୍କ ବଡ ଯୋଗଦାନ ରହିଛି ଏବଂ ତାଙ୍କୁ ମଧ୍ୟ ଏଥିପାଇଁ ଶ୍ରେୟ ଦିଆଯିବା ଆବଶ୍ୟକ ।
ନିଜ ୟୁଟୁବ ଚ୍ୟାନେଲରେ ଏହି ସଂପର୍କରେ ପ୍ରତିକ୍ରିୟା ଦେଇ ଇଂଜାମାମ କହିଛନ୍ତି ଯେ, “ଜଣେ ଫ୍ୟାକ୍ଟର ଯାହାଙ୍କ ସଂପର୍କରେ କୁହାଯାଉ ନାହିଁ, ସେ ହେଉଛନ୍ତି ରବି ଶାସ୍ତ୍ରି । ସେ ସର୍ବପ୍ରଥମେ ଦଳର ଡାଇରେକ୍ଟର ଭାବେ କାମ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ମୁଖ୍ୟ କୋଚ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଙ୍କ ପାଖରେ ଯାହା ଅନୁଭବ ରହିଛି ଏବଂ ଖେଳକୁ ବୁଝିବାର ଯେଉଁ ଦକ୍ଷତା ରହିଛି ତାହା ଭାରତୀୟ ଦଳ ଏବଂ ଖେଳାଳୀଙ୍କୁ ଖୁବ ସାହାଯ୍ୟ କରିବ । ସମସ୍ତେ ତାଙ୍କୁ ଖେଳୁଥିବାର ଦେଖିଛନ୍ତି । ସେ ଭାରତ ପାଇଁ ଜଣେ ବଡ ଖେଳାଳୀ ଥିଲେ । ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ।”
ସେ ଆହୁରୀ କହିଛନ୍ତି ଯେ, “ମୋର ସ୍ମରଣ ଅଛି ଯେ, ଯେଉଁ ପ୍ରକାରର କଥା ସେ କୁହନ୍ତି ଏବଂ ତାଙ୍କ ପାଖରେ ଯେଉଁ ଦକ୍ଷତାପୂର୍ଣ୍ଣ ଦୃଶ୍ୟପଟ ରହିଛି ଏଥିରୁ ଆପଣ ସ୍ମରଣ କରିପାରିବେ ତାଙ୍କ ପାଖରେ ଖେଳକୁ ନେଇ କେତେ ଅଭିଜ୍ଞତା ରହିଛି । ଆଡେଲେଟରେ ପରାଜୟ ପରେ ଶାସ୍ତ୍ରୀ ସମସ୍ତଙ୍କୁ ଏକଜୁଟ କରି ରଖିଥିଲେ ଯାହା ଫଳରେ ଦଳ ସୁନ୍ଦର ପ୍ରତ୍ୟାବର୍ତ୍ତନ କରିଥିଲା । ”


Share It

Comments are closed.