ଭୁବନେଶ୍ୱର ଏମ୍ସରେ ୩୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ କରୋନାରେ ଆକ୍ରାନ୍ତ


ରାଜ୍ୟ ତଥା ଦେଶରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେହିପରି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ରାଜ୍ୟରେ ସଂକ୍ରମଣ ୧୦ ହଜାର ଅତିକ୍ରମ କରୁଥିବା ବେଳେ ଦେଶରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।
ତେବେ ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଉଛି। ତେବେ ସାଧାରଣ ଲୋକଙ୍କ ସହ ଡାକ୍ତର, ମେଡିକାକାଲ କର୍ମଚାରୀ ମଧ୍ୟ ସଂକ୍ରମିତ ହେଉଛନ୍ତି। ଭୁବନେଶ୍ୱର ଏମସରେ ୩୦୦ରୁ ଅଧିକ ଡାକ୍ତର,ନର୍ସ,ପାରାମେଡିକାଲ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜାନୁଆରୀ ୧ ରୁ ଆଜି ଯାଏଁ ୩୦୦ରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଥିବା ନେଇ ଏମସ ପକ୍ଷରୁ ସୂଚନା ମିଳିଛି।


Share It

Comments are closed.