ଭାରତରେ ଓପୋ ପକ୍ଷରୁ ଏହାର ଅତ୍ୟାଧୁନିକ ସ୍ମାର୍ଟଫୋନ ଏ୭ର ଶୁଭାରମ୍ଭ


ଓପୋ ଦି ସେଲଫି ଏକ୍ସପର୍ଟ ପକ୍ଷରୁ ବର୍ତ୍ତମାନ ଏହାର ଅତ୍ୟାଧୁନିକ ଓପୋ ଏ୭ର ଶୁଭାରମ୍ଭ କରାଯାଇଛି । ଭାରତରେ ଶୁଭାରମ୍ଭ ହୋଇଥିବା ସମସ୍ତ ସ୍ମାର୍ଟଫୋନରେ ଏହି ଏ ସିରିଜ ଓପୋର ଶ୍ରେଷ୍ଠ ବିକ୍ରି ହେଉଥିବା ସ୍ମାର୍ଟଫୋନ । ଏ୩ଏସ ନିଜର ବୃହତ ବ୍ୟାଟେରୀ ପାଇଁ ପ୍ରଶଂସିତ ହୋଇଥିବାବେଳେ ନିଜର ଡାଇମଣ୍ଡ ଆକାରର ଫ୍ୟାସନେବଲ ଫିଚର ସହିତ ଏ୫ ଶୁଭାରମ୍ଭ ହୋଇଥିବା । ନୂତନ ଓପୋ ଏ୭ ଦୁଇଟି ଆକର୍ଷଣୀୟ ବୈଶିଷ୍ଟ୍ୟ ତଥା ଗ୍ରାହକ ଚାହୁଁଥିବା ୧୩+ ୨ ଏମପି ଡୁଆଲ ରିଅର କ୍ୟାମେରା ଏବଂ ୧୬ଏମପି ସମ୍ମୁଖ କ୍ୟାମେରା ଏବଂ ୪୨୩୦ଏମଏଏଚ ବ୍ୟାଟେରୀ ସହିତ ପ୍ରସ୍ତୁତ । ଓପୋ ଏ୭ ପକ୍ଷରୁ କିଛି ଶୁଭାରମ୍ଭ କରାଯାଇଛି, ଯାହା ଏ ସିରିଜରେ ସମ୍ପୂର୍ଣ୍ଣ ନୂତନ, ବ୍ୟାକ କଭରରେ ଏକ ସ୍ୱତନ୍ତ୍ର ୱାଟର ଡ୍ରପ ସ୍କ୍ରିନ ଏବଂ ୩ଡି ଆର୍ଟିଷ୍ଟିକ ଆକାର ସହିତ ପ୍ରସ୍ତୁତ । ଓପୋ ଏ୭ ଦୁଇଟି ସୁନ୍ଦର ରଙ୍ଗ ଚୟନ ତଥା ଗ୍ଲାରିଙ୍ଗ ଗୋଲ୍ଡ ଏବଂ ଗ୍ଲେଜ ବ୍ଲୁରେ ଉପଲବ୍ଧ ।
ଏହି କ୍ଷୁଦ୍ର ୱାଟର ଡ୍ରପରେ ୧୬ ଏମପି ସମ୍ମୁଖ କ୍ୟାମେରା ଏବଂ ସେନସର ଯାହା ଓପୋ ଏ୭ ଫୋନ ଓପୋ ଏ ସିରିଜର ଉଚ୍ଚ ସ୍କ୍ରିନ ବଡି ରେସିଓ ସହିତ ପ୍ରସ୍ତୁତ । ୬.୨ ଇଞ୍ଚ ଏଚଡି ଏବଂ ଇନସେଲ ସ୍କ୍ରିନ ସହିତ ଓପୋ ଏ୭ର ସ୍କ୍ରିନ ଟୁ ବଡି ରେସିଓ ୮୮.୪ ପ୍ରତିଶତ ରହିଛି ଯାହା ବ୍ୟବହାରକାରୀଙ୍କୁ ଆପଣ ଗେମ ଖଳନ୍ତୁ କିମ୍ବା ଭିଡିଓ ଦେଖନ୍ତୁ ଏହା ଗ୍ରାହକମାନଙ୍କୁ ଆକର୍ଷଣୀୟ ବ୍ୟବହାରିକ ଅନୁଭୂତି ପ୍ରଦାନ କରିଥାଏ । ଓପୋ ଏ୭ରେ ମଧ୍ୟ କର୍ଣ୍ଣିଙ୍ଗ ଗ୍ଲାସ ରହିଛି ଯାହା ସ୍କ୍ରାଚକୁ ବୃହତ ପ୍ରତିରୋଧ ପ୍ରଦାନ କରିଥାଏ ।

ଟ.୧୬, ୯୯୦ରେ ଉପଲବ୍ଧ ହେଉଥିବା ଓପୋ ଏ୭ ୱାଟର ଡ୍ରପ ସ୍କ୍ରିନ ସହିତ ଏ ସିରିଜରେ ବିକ୍ରି ହେଉଥିବା ପ୍ରଥମ ଏବଂ ପ୍ରତି ମାସରେ ୧୪୧୬ଟଙ୍କାରେ ସହଜ ଇଏମଆଇରେ ମିଳୁଥିବା ଫୋନ ଅଟେ । ଏହି ଫୋନ ଫ୍ଲିପକାର୍ଟ, ଆମାଜନ ଏବଂ ପେଟିଏମ ମଲ ପରି ପ୍ଲାଟଫର୍ମରେ ଉପଲବ୍ଧ । ପେଟିଏମ ମଲ ପକ୍ଷରୁ ୧୫୦୦/-ଟଙ୍କାର କ୍ୟାସବ୍ୟାକ୍ ଭାଉଚର ଉପଲବ୍ଦ । ଏହା ବ୍ୟତୀତ ଗ୍ରାହକମାନେ ଏଚଡ଼ିଏଫସି କ୍ରେଡ଼ିଟ୍ ଏବଂ ଡ଼େବିଟ କାର୍ଡ଼ ବ୍ୟବହାରକରି ୫% କ୍ୟାସବ୍ୟାକ୍ ପାଇପାରିବେ ଏବଂ ପେପର ଫାଇନାନ୍ସ ଇଏମଆଇରେ ୦ ଡ଼ାଉନପେମେଣ୍ଟ ବିକଳ୍ପ ମଧ୍ୟ ଉପଲବ୍ଧ । ଜିଓ ପକ୍ଷରୁ ୩.୨ଟିବି ମାଗଣା ଡ଼ାଟା ଏବଂ ୪୯୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସୁବିଧା ପାଇପାରିବେ ।


Share It

Comments are closed.