ମୃତ୍ୟୁ ଦଣ୍ଡାଦେଶକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ


ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଭାରତରେ ମୃତ୍ୟୁଦଣ୍ଡ ଜାରୀ ରହିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ସୁପ୍ରିମକୋର୍ଟରେ ଏହି ଦଣ୍ଡବିଧାନ ଉପରେ ବହୁମତ ମିଳିବା ପରେ ମାନନୀୟ ସୁପ୍ରିମକୋର୍ଟ ଏହି ଦଣ୍ଡବିଧାନକୁ କାଏମ ରଖିବେ ବୋଲି ନିଷ୍ପତି ନେଇଛନ୍ତି । ବିଚାରପତି କୁରିୟନ ଜୋସେଫଙ୍କୁ ନେଇ ଏହି ଦଣ୍ଡବିଧାନ ଉପରେ ସମୀକ୍ଷା କରିବା ପାଇଁ ଏକ ଖଣ୍ଡପିଠ ପ୍ରସ୍ତୁତି ହୋଇଥିଲା । ଏହା ପରେ ଜଷ୍ଟିସ ଦୀପକ ଗୁପ୍ତା ଏବଂ ହେମନ୍ତ ଗୁପ୍ତା ଏହି ଦଣ୍ଡାଦେଶକୁ ଜାରୀ ରହିବାର ନିଷ୍ପତି ଉପରେ ମୋହର ମାରିଥିଲେ ।
ପ୍ରକାଶ ଥାଉକି, ଛତିଶଗଡର ତ୍ରିପଲ ହତ୍ୟା ଅଭିଯୋଗ ନେଇ ଜଣେ ଅଭିଯୁକ୍ତଙ୍କ ଶୁଣାଣୀ ବେଳେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ମାମଲାର ଶୁଣାଣୀରେ ଅଭିଯୁକ୍ତ ମୃତ୍ୟୁ ଦଣ୍ଡକୁ କମ କରିବା ପାଇଁ କୋର୍ଟ ନିକଟରେ ଗୁହାରୀ କରାଯାଇଥିଲା । ଏହା ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ, ଅନ୍ୟ କେତେକ ଦେଶରେ ମୃତ୍ୟୁଦଣ୍ଡ ଉଚ୍ଛେଦ କରାଯିବା ଭାରତୀୟ ଆଇନ ବ୍ୟବସ୍ଥା ସହ କୌଣସି ସମ୍ବନ୍ଧ ଖାଉ ନାହିଁ । ତେଣୁ ଭାରତରେ ଆଗକୁ ମୃତ୍ୟୁ ଦଣ୍ଡ ଜାରୀ ରହିବ ।


Share It

Comments are closed.