ମିଟର ଟ୍ୟାମ୍ପରିଂ କରି ଜଣେ ଗିରଫ


TPCODL ଏନଫୋର୍ସମେଣ୍ଟ ଟିମ୍ ସହିତ ଗଣ୍ଡଗୋଳ କରିବା ପଡ଼ିଲା ମହଙ୍ଗା, ଅଭିଯୁକ୍ତ କୁ ଘରୁ ଉଠାଇ ଆଣିଲା ପୋଲିସ । ସୂଚନା ଅନୁଯାୟୀ ଗତକାଲି TPCODL ଏନଫୋର୍ସମେଣ୍ଟ ଟିମ୍ ଭୁବନ ଗ୍ରାମରେ ବିକାଶ ରଞ୍ଜନ ପଣ୍ଡା ଙ୍କ ମିଟର ଯାଞ୍ଚ ସମୟରେ ମିଟର ଟି ଟ୍ୟାମ୍ପର ହୋଇ ବିଦ୍ୟୁତ୍ ଚୋରି ରେ ସଂପୃକ୍ତ ଥିବାରୁ ତାଙ୍କୁ ନୋଟିସ ଦିଆଯାଇଥିଲା କିନ୍ତୁ ଶ୍ରୀଯୁକ୍ତ ପଣ୍ଡା TPCODL କର୍ତ୍ତୃପକ୍ଷ ଙ୍କୁ ଗାଳି ଗୁଲଜ କରିବା ସହିତ ହାତ ଉଠାଇ ମାଡ଼ ମାରିଥିଲେ ଏବଂ ଧସ୍ତାଧସ୍ତି କରି ଅଫିସ କାଗଜ ଚିରି ଦେଇଥିଲେ ଏନେଇ ଥାନାରେ ଏତଲା ପରେ ଶ୍ରୀଯୁକ୍ତ ପଣ୍ଡା ଙ୍କୁ ଭୁବନ ପୋଲିସ ଗିରଫ କରିଛି।


Share It

Comments are closed.