ସକାଳୁ ଖାଲି ପେଟରେ ଭୃସଙ୍ଗ ପତ୍ର ଖାଇବା ହୋଇଥାଏ ଅତ୍ୟନ୍ତ ଲାଭଦାୟକ, ଦୂର କରେ ଏହିସବୁ ସମସ୍ୟା!


ଆମେ ଯେ କୌଣସି ଜିନିଷ ଖାଉ ତାହାର ସିଧାସଳଖ ପ୍ରଭାବ ଆମ ଶରୀର, ଚର୍ମ ଓ ହଜମ ଶକ୍ତି ଉପରେ ପଡ଼ିଥାଏ । ଦୈନ ଦିନ ଜୀବନରେ ଆମେ ଖାଉଥିବା ଖାଦ୍ୟ ଆମ ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ଯ ପ୍ରଭାବିତ କରିଥାଏ । ଯଦି ଆପଣ ସ୍ବାସ୍ଥ୍ୟଗତ ସମସ୍ୟାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଏଥିଲାଗି ସଠିକ ଜୀବନଶୈଳୀ ସହ ଉପଯୁକ୍ତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଉପଯୁକ୍ତ ଖାଦ୍ୟପେୟ ଦ୍ବାରା ଜଟିଳରୁ ଜଟିଳ ରୋଗରୁ ମୁକ୍ତି ମିଳିଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ବିଶେଷ ଜିନିଷ ବିଷୟରେ କହିବୁ, ଯାହାକୁ ଖାଇବା ଦ୍ବାରା ଆପଣ ଅନେକ ପ୍ରକାରର ରୋଗରୁ ମୁକ୍ତି ପାଇପାରିବେ ।

ଭୃସଙ୍ଗ ପତ୍ର- ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ର ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ । ଏହାକୁ ଯେକୌଣସି ଖାଦ୍ୟରେ ପକାଇବା ଦ୍ବାରା ଏହା ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ । ଏଥିରେ ପ୍ରଚୁର ପରିମାଣର ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ପରି ବହୁ ନ୍ୟୁଟ୍ରିଏଣ୍ଟସ ରହିଥାଏ । ଯାହା ଆମ ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ । ପ୍ରତିଦିନ ସକାଳୁ ୨ରୁ ୩ଟି ଭୃସଙ୍ଗ ପତ୍ର ଖାଇବା ଦ୍ବାରା ଶରୀରକୁ କି ପ୍ରକାରର ଲାଭ ମିଳିଥାଏ, ଚାଲନ୍ତୁ ସେ ନେଇ ଆଲୋଚନା କରିବା ।

ବଢିଥାଏ ହଜମ ପ୍ରକ୍ରିୟା

ଭୃସଙ୍ଗ ପତ୍ର ଖାଇବା ଦ୍ବାରା ହଜମ ସମ୍ବନ୍ଧୀୟ ସମସ୍ୟାକୁ ଦୂର ହୋଇଥାଏ । ଏହାକୁ ଖାଇବା ଦ୍ବାରା ଗ୍ୟାସ୍, ଏସିଡ଼ିଟି ଓ ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଏହି ପତ୍ର ହଜମକାରୀ ଏନଜାଇମକୁ ବଢାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ପ୍ରତିଦିନ ସକାଳୁ ଖାଲି ପେଟରେ ୪ରୁ ୫ଟି ଭୃସଙ୍ଗ ପତ୍ର ଚୋବାନ୍ତୁ । ଏହା ବ୍ୟତୀତ ଆପଣ ରୋଷେଇରେ ମଧ୍ଯ ଏହି ପତ୍ରକୁ ବ୍ୟବହାର କରିପାରିବେ ।

ବନ୍ଦ ହୋଇଥାଏ କେଶ ଝଡ଼ିବା

କେଳ ଝଡ଼ିବା ଆଜିକାଲି ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଏଥିରୁ ମୁକ୍ତି ଲାଗି ଲୋକେ ବିଭିନ୍ନ ଉପାୟ ଆପଣାଉଥିବା ଦେଖିବାକୁ ମିଳିଥାଏ । କିନ୍ତୁ, କେଶକୁ ଆବଶ୍ୟକ ହେଉଥିବା ସଠିକ୍ ଭାବେ ପୋଷଣ ମିଳିନଥିବାରୁ ଏପରି ସମସ୍ୟା ଦେଖାଦେଇଥାଏ । ତେବେ ଭୃସଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ୱ କେଶ ଝଡ଼ିବା ବନ୍ଦ କରିଥାଏ। ପ୍ରତିଦିନ ସକାଳେ ଜଳଖିଆ ଖାଇବାର ଅଧ ଘଣ୍ଟା ପୂର୍ବରୁ ଏହି ପତ୍ରକୁ ଖାଲି ପେଟରେ ଚୋବାନ୍ତୁ ।

ଓଜନ ହ୍ରାସରେ ପାଇଁ ହୋଇଥାଏ ସହାୟକ

ମେଦବହୁଳତା ମଧ୍ୟ ଆଜିର ସମାଜରେ ଏକ ବଡ଼ ଓ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । ଓଜନ ହ୍ରାସ ପାଇଁ ଲୋକେ ଅନେକ ଉପାୟ ଆପଣାଇ ଥାଆନ୍ତି । କିନ୍ତୁ, ଏପରି କିଛି ଜିନିଷ ଅଛି ଯାହାର ବ୍ୟବହାର ଦ୍ୱାରା ମେଦବହୁଳତା ସମସ୍ୟା ସହଜରେ ଦୂର ହୋଇଯାଏ । ବାସ୍ତବରେ, ଭୃସଙ୍ଗ ପତ୍ରକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ମେଟାବୋଲିଜିମ୍ ରେ ଉନ୍ନତି ଆସିଥାଏ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଦାନ୍ତ କ୍ଷୟକୁ ରୋକିଥାଏ

ଏସବୁ ବ୍ୟତୀତ ଭୃସଙ୍ଗ ପତ୍ର ପାଟି ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ପାଇଁ ମଧ୍ଯ ବେଶ ଉପଯୋଗୀ ହୋଇଥାଏ । ଏହି ପତ୍ରକୁ ଚୋବାଇ ଦ୍ବାରା ଦାନ୍ତରୁ ଜୀବାଣୁ ବାହାରିବା ସହ ଦାନ୍ତ କ୍ଷୟ ଦୂର ହୋଇଥାଏ । ଏହି ପତ୍ର ଏକ ଡିସ୍-ସଂକ୍ରାମକ ଭଳି କାମ କରେ । ଏହି କାରଣରୁ ଅନେକ ଟୁଥ ପେଷ୍ଟରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଇଥାଏ ।

ଦୂର ହୋଇଥାଏ ସକାଳର ଦୁର୍ବଳତା

ଯଦି ସକାଳୁ ଉଠିବା ପରେ ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି, ତାହାଲେ ସକାଳୁ ଭୃସଙ୍ଗ ପତ୍ର ଖାଆନ୍ତୁ । ଏହାକୁ ଖାଇବା ଦ୍ୱାରା ବହୁ ରୋଗରୁ ମୁକ୍ତି ମିଳିଥାଏ । କେବଳ ଏତିକି ନୁହେଁ, ଯାତ୍ରା କରିବା ସମୟରେ ବାନ୍ତି ଲାଗିଲେ ଆପଣ ଏହି ପତ୍ରକୁ ଖାଇପାରିବେ ।


Share It

Comments are closed.