ବାହାରିଲା ଓଜେଇ ରେଜଲ୍ଟ


ଆଜି ୧୧.୩୦ ରେ ଓଜେଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି ।
ଏଥିରେ ଏମବିଏ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଛନ୍ତି । ଏମସିଏରେ ଇଶାନ୍ତ କୁମାର ନାୟକ ଓ ବି.ଫାର୍ମାରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି । ଏମ.ଫର୍ମାରେ ସଟିନ ନାୟକ,ଏକ- ଆର୍କ ରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଛନ୍ତି । ଏମ.ଟେକ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ ଏବଂ ଏମ.ଟେକ ଇଲେକଟ୍ରିକାଲରେ ମିଥୁନ ଅଧିକାରୀ ଏବଂ ମେକାନିକାଲରେ ରାଜନ ମହାପାତ୍ର ପ୍ରମୁଖ ଟପ୍ପର ହୋଇଛନ୍ତି ।
ଏହି ପରୀ କ୍ଷାରେ ୪୭ହଜାର ୭୬ଜଣ ପରୀକ୍ଷାର୍ଥୀ ପରୀ କ୍ଷା ଦେଇଥିଲେ ଏବଂ ୪୭,୭୨୯ଜଣଙ୍କୁ ର୍ୟାଙ୍କ ମିଳିଛି । ଅଗଷ୍ଟ ୧୦ରୁ ଓଜେଇର କାଉନସିଲ ପ୍ରାରମ୍ଭ ହେବ । ଏବଂ ଏଥିପାଇଁ ଅଗଷ୍ଟ ୧ରୁ ଓଜେଇ ଆବେଦନ ପ୍ରାରମ୍ଭ ହେବ ।


Share It

Comments are closed.