ଭୁବନେଶ୍ୱର ନାଇଜରରେ ଖୋଲିବ କ୍ୟାନସର ହସପିଟାଲ


ଭୁବନେଶ୍ୱର ନାଇଜର କ୍ୟାମ୍ପସରେ କ୍ୟାନସର ହସପିଟାଲ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାରେ ସମୁଦାୟ ୬୫୦କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୪୦୦କୋଟି କେନ୍ଦ୍ର ଏବଂ ୨୫୦କୋଟି ଟାଟା ଟ୍ରଷ୍ଟ ଖର୍ଚ୍ଚ କରିବ । ୩ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ଏବଂ ଦ କ୍ଷତା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ପ୍ରସ୍ତୁତ ହେବ ।
ଏଥିପାଇଁ ନାଇଜର ୧୭ ଏକର ପରିମିତ ଜମି ପ୍ରଦାନ କରି ସାରିଛି ଏବଂ ଅତିରିକ୍ତ ୧୦ଏକର ଜମି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇଦେବ । ଏହି ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ସଡଙ୍ଗୀ, ଟାଟା ମେମୋରିଆଲ ସେଣ୍ଟରର ଅଧିକାରୀ, ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଓ ଆଟୋମିକ ଏନର୍ଜି ବିଭାଗର ବରିଷ୍ଠ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.