ଗାଇ ସ୍ଥାନ ପାଇଲା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ


ଭାରତରେ ଗାଇକୁ ଗୋମାତା ରୂପେ ପୂଜାର୍ଚ୍ଚନା କରାଯାଏ । ତେବେ ଏହି ଅବିଶ୍ୱସନୀୟ ଦେଶରେ ଏଭଳି ଏକ ଗାଇ ରହିଛି ଯାହାକୁ ଯାହାକୁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ଦିଆଯାଇଛି । ଏହି ଗାଇଟିର ନାମ ହେଉଛି ମନୀକେୟମ । ମନୀକେୟମ ହେଉଛି ଦୁନିଆର ସବୁଠାରୁ ଛୋଟ ଗାଇ । ସାଧାରଣତଃ ଗାଇଟିର ଲମ୍ବା ୪.୭ରୁ ୫ ଫୁଟ ମଧ୍ୟରେ ରହିଥିବାବେଳେ ସେମାନଙ୍କର ଓଜନ ୩୧୩ କିଲୋଗ୍ରାମ ରହିଥାଏ କିନ୍ତୁ ଏହି ଗାଇଟିର ଲମ୍ବା ୧.୭୫ ଫୁଟ ରହିଥିବାବେଳେ ଏହାର ଓଜନ ୪୦ କିଲୋଗ୍ରାମ ଅଟେ । ଏହାର ଅର୍ଥ ହେଉଛି ଏହି ଗାଇଟି ଛେଳି ଓଜନର ।
କେରଳର ଅଥୋଲରେ ରହୁଥିବା ବାଳକ୍ରିଷ୍ଣାଣାନ ନାମବୁକୁଡି ନାମକ ଜଣେ ବ୍ୟକ୍ତି ଏହି ଗାଇଟିକୁ ନିଜ ଘରେ ରଖିଛନ୍ତି । ତାଙ୍କ ପରିବାରର ସମସ୍ତ ସଦସ୍ୟ ଏହି ଗାଇଟିକୁ ସ୍ନେହ କରନ୍ତି । ଏହା ସହ ଗାଇଟିକୁ ଦେଖିବା ପାଇଁ ଦୂର ଦୂରରୁ ଅନେକ ଲୋକ ମଧ୍ୟ ଆସିଥାନ୍ତି । ଯାହାଫଳରେ ଗାଇଟି ସେହି ଅଞ୍ଚଳର ମୁଖ୍ୟ ଆକର୍ଷଣ ବିନ୍ଦୁ ପାଲଟିଯାଇଛି ।
ମିଳିଥିବା ସୂଚନା ମୁତାବକ ଗାଇଟି ନବଜାତ ଥିବା ସମୟରେ ବାଳକ୍ରିଷ୍ଣାଣାନ ନାମବୁକୁଡି ତାକୁ ନିଜ ଘରକୁ ଆଣିଥିଲେ । ଏହା ପରେ ସେ ତାର ସଠିକ ଦେଖାଶୁଣା କରିବା ସହ ଉନ୍ନତ ଖାଦ୍ୟଶସ୍ୟ ତାକୁ ଖୁଆଇବାକୁ ଦେବା ସତ୍ତେ୍ୱ ତାର ଶାରୀରିକ ବୃଦ୍ଧିରେ ବିକାଶ ଘଟି ନଥିଲା । ଗାଁ ଲୋକମାନଙ୍କ ଏହା ବିଶ୍ୱାସ ରହିଛି ଗାଇଟି ତାଙ୍କ ଗାଁ ପାଇଁ ଏକ ବରଦାନ ସଦୃଶ୍ୟ ।


Share It

Comments are closed.