ରାଜ୍ୟରେ ୫୨୭ ନୂଆ ଆକ୍ରାନ୍ତ ଚିହ୍ନଟ


କିଛି କାଟୁ କରୁନି । ଦିନକୁ ଦିନ ଅସମ୍ଭାଳ ହେଲାଣି । ଗାଁଠୁ ଆରମ୍ଭ କରି ସହର ସବୁଠି ଏବେ ସ୍ଥିତି ସଂଗୀନ । ପ୍ରବାସୀ ଓଡ଼ିଆ, କୋଭିଡ୍‌ ଯୋଦ୍ଧା ପରେ ବିଧାୟକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ଆଜି ରାଜ୍ୟରେ ୫୨୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୩୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  ତେବେ ଚିହ୍ନଟ ହୋଇଥିବା ୫୨୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାର ଜଣେ, ବାଲେଶ୍ୱର ଜିଲ୍ଲାର ୨୬ ଜଣ, ବରଗଡ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୨ଜଣ, ବଲାଙ୍ଗୀର ୨୧, କଟକ ଜିଲ୍ଲାରୁ ୧୭ ଜଣ। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୬୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୮୬୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେସୁଦ୍ଧା ରାଜ୍ୟରେ ୩୦୮୬୯୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।


Share It

Comments are closed.