ଦେଶରେ କ୍ରମାଗତ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା, ୫୬୨ ଅଙ୍କ ଛୁଇଁଲା


କରୋନା ଭାଇରସରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ମୁତାବକ ଭାରତରେ ଏହି ଭାଇରସ କାରଣରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦେଶର ରାଜଧାନୀରେ ଏହି ସଂକ୍ରମଣ ଜନିତ ମୃତ୍ୟୁର ଦ୍ୱିତୀୟ ମାମଲା ସାମନାକୁ ଆସିଛି । ସେପଟେ ତାମିଲନାଡୁରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୫୬୨ରେ ଆସି ପହଞ୍ଚି ଯାଇଛି ।
କରୋନା ଭାଇରସ ସହ ଲଢେଇ କରିବା ପାଇଁ ସାରା ଦେଶକୁ ସରକାର ଲକଡାଉନ କରିଥିବାବେଳେ ଏହା ୨୧ ଦିନ ପର୍ଯ୍ୟନ୍ତ ଜାରି ରହିବ । ପ୍ରଧାନମନ୍ତ୍ରୀ ମଙ୍ଗଳବାର ଲକଡାଉନ ସଂପର୍କରେ ଘୋଷଣା କରିବା ସହ ଆବଶ୍ୟକ ନଥିଲେ ଘରୁ କେହି ବାହାରନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି ।


Share It

Comments are closed.