ନିଭା ବୁପା ସ୍ୱାସ୍ଥ୍ୟ ବୀମା ବର୍ତମାନ ବାଲେଶ୍ୱରରେ


ଭୁବନେଶ୍ୱର/ ବାଲେଶ୍ୱର: ଅଗ୍ରଣୀ ନିଭା ବୁପା ହେଲ୍‌ଥ ଇନ୍ସୁରାନ୍ସ (ପୂର୍ବରୁ ମ୍ୟାକ୍ସ ବୁପା ହେଲ୍‌ଥ ଇନ୍ସୁରାନ୍ସ ଭାବେ ପରିଚିତ) ନିଜର ପହଂଚକୁ ବାଲେଶ୍ୱରକୁ ବିସ୍ତାର କରିଛି । କମ୍ପାନୀ ଆସନ୍ତା କିଛି ବର୍ଷ ମଧ୍ୟରେ ୩୫୦୦ରୁ ଅଧିକ ଜୀବନକୁ ସୁରକ୍ଷା ପ୍ରଦାନ କରିବା ଏବଂ ସର୍ବଭାରତୀୟ ସ୍ତରରେ ନିଜର ବର୍ତମାନର ୪୯%ର ଅଭିବୃଦ୍ଧି ହାର ତୁଳନାରେ ପ୍ରାୟ ୫୪% ଅଭିବୃଦ୍ଧି ହାସଲ କରିବା ପାଇଁ ଯୋଜନା ରଖିଛି । କମ୍ପାନୀ ଆସନ୍ତା ଏକ ବର୍ଷରେ ପ୍ରାୟ ୨୦୦ ପରାମର୍ଶଦାତାଙ୍କୁ ନିଯୁକ୍ତ କରିବା ଏବଂ ତାହାକୁ ଆସନ୍ତା କିଛି ବର୍ଷ ମଧ୍ୟରେ ୧୦୦୦ରୁ ଅଧିକ ସଂଖ୍ୟାକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି । କମ୍ପାନୀ ସହରରେ ୧୦ଟି ହସ୍ପିଟାଲ ସହ ସହଭାଗିତା କରିଛି ଯେଉଁଠାରେ ଗ୍ରାହକମାନେ ନଗଦବିହୀନ ସୁବିଧା ହାସଲ କରିପାରିବେ ।

ପର୍ଯ୍ୟାପ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରି ଏବଂ ସହରରେ ବାସ କରୁଥିବା ଗୃହିଣୀ ଓ ବରିଷ୍ଠ ନାଗରିକମାନଙ୍କୁ ଇନ୍ସୁରାନ୍ସ ଏଜେଂଟ ହେବା ପାଇଁ ପ୍ରୋତ୍ସାହିତ କରି ନିଭା ବୁପା ସହରର ଲୋକମାନଙ୍କ ପାଇଁ ବ୍ୟବସାୟ ସୁଯୋଗ ଆଣିବ, ଯାହା ସେମାନଙ୍କୁ ଆର୍ଥିକ ରୂପେ ସ୍ୱାଦନ ହେବାରେ ସାହାଯ୍ୟ କରିବ ।

ଏହି ପଦକ୍ଷେପ ସମ୍ପର୍କରେ ନିଭା ବୁପା ହେଲ୍‌ଥ ଇନ୍ସୁରାନ୍ସର ନିର୍ଦ୍ଦେଶକ ଓ ମୁଖ୍ୟ ବିତରଣ ଅଧିକାରୀ, ଅଙ୍କୁର ଖରବଣ୍ଡା କହିଛନ୍ତି, ‘ଆମେ ବାଲେଶ୍ୱରରେ ଆମର ପ୍ରବେଶକୁ ଚିହ୍ନିତ କରି ଉତ୍ସାହିତ ରହିଛୁ । ଏହି ସମ୍ପ୍ରସାରଣ ଭାରତରେ ଆମର ଉପସ୍ଥିତି ବୃଦ୍ଧି କରିବା ଏବଂ ଦେଶବ୍ୟାପୀ ସ୍ୱାସ୍ଥ୍ୟ ବୀମା ଉପଳବ୍ଧ କରିବା ପାଇଁ ଆମ ରଣନୀତିର ଏକ ଅଂଶ ଅଟେ । ଜନବହୁଳ ରାଜ୍ୟ ଓଡିଶା ନିଭା ବୁପା ପାଇଁ ରଣନୈତିକ ମହତ୍ୱ ବହନ କରୁଛି କାରଣ ଏହା ସମସ୍ତ ରାଜ୍ୟଗୁଡିକରେ ଆମର ମୋଟ ବ୍ୟବସାୟରେ ପ୍ରାୟ ୧.୬%ର ଯୋଗଦାନ ଦେଉଛି ।

ନିଭା ବୁପା ହେଉଛି ଭାରତର ସ୍ୱାସ୍ଥ୍ୟ ବୀମା ବଜାରରେ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଯାହା ୨୦୨୦ ଆର୍ଥିକ ବର୍ଷରୁ ୪୯%ର ଏକ ସିଏଜିଆର୍ ସହିତ ନିରନ୍ତର ବୃଦ୍ଧି ପାଉଛି । ଏହି ଅଭିବୃଦ୍ଧି ହାର ସହ ଜଡିତ ରହି କମ୍ପାନୀ ୨୦୨୭-୨୮ ଆର୍ଥିକ ବର୍ଷରେ ୩.୧ ଲକ୍ଷ ଟଙ୍କାରୁ ଅଧିକର ଏକ ଗ୍ରସ୍ ରିଟେନ ପ୍ରିମିୟମ ହାସଲ କରିବା ପାଇଁ ଆସନ୍ତା ୫ ବର୍ଷରେ ବାଲେଶ୍ୱର ସହରରେ ୫୪%ର ସିଏଜିଆର୍‌ରେ ବିକଶିତ ହେବା ପାଇଁ ଆଶା ରଖିଛି ।


Share It

Comments are closed.