ଓଲା ର ଡ଼ିସେମ୍ବର ରୁ ରିମେମ୍ବର ଅଭିଯାନ ସହିତ ନୂତନ ଏସ୍‌୧ ଏକ୍ସ+


ଭୁବନେଶ୍ୱର: ଭାରତର ସର୍ବବୃହତ୍ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ୍ ୰ଏଣ୍ଡ୍‌ଆଇସ୍‌ଏଜ୍ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ‘ଡିସେମ୍ବର ଟୁ ରିମେମ୍ବର’ କ୍ୟାମ୍ପେନ୍‌ର ଘୋଷଣା କରିଛି । ଏହି କ୍ୟାମ୍ପେନ୍ ଅଧିନରେ ନୂଆ ଓଲା ଏସ୍‌୧ ଏକ୍ସ+ ଏବେ ୨୦,୦୦୦ ଟଙ୍କାର ରିହାତିରେ ଉପଲବ୍ଧ ହେବ, ଯାହା ଏସ୍‌୧ ଏକ୍ସ+ର ମୂଲ୍ୟକୁ ୮୯,୯୯୯ ଟଙ୍କାକୁ ହ୍ରାସ କରିଛି । ଏହା ଏସ୍‌୧ ଏକ୍ସ+କୁ କ୍ରୟ କରିବା ପାଇଁ ଅନ୍ୟତମ ସର୍ବାଧିକ ସୁଲଭ ୨ଡବ୍ଲ୍ୟୁ ଇଭି ସ୍କୁଟର୍‌ରେ ପରିଣତ କରୁଛି, ଯାହା ଗ୍ରହଣୀୟତା କ୍ଷେତ୍ରରେ ଆସୁଥିବା ସବୁଠାରୁ ବଡ ପ୍ରତିବନ୍ଧକକୁ ଦୂର କରୁଛି । ଏସ୧ ଏକ୍ସ ପ୍ଲସର ଡେଲିଭରୀ ସମଗ୍ର ଦେଶରେ ଆରମ୍ଭ ହୋଇଯାଇଛି ଏବଂ ଏହି ସ୍କୁଟର ପାଇଁ ଅଭୂତପୂର୍ବ ଚାହିଦା ଦେଖିବାକୁ ମିଳିଛି । ଆଜି ଓଲା ଏକ୍ସପେରିଏନ୍ସ ସେଂଟର ଡ଼ମଣାଠାରେ ଏହାର ଶୁଭାରମ୍ଭ ଅବସରରେ ବିଶ୍ୱରଂଜନ ଦାଶ, ବ୍ରାଣ୍ଡ ଚମ୍ପିୟାନ୍‌, ସିକ୍ସଟିନ୍ ସୁମିତ୍ରା, ବ୍ରାଣ୍ଡ ଚମ୍ପିୟାନ, ସୁନିଲ୍ ମଙ୍ଗରନ୍‌, ବ୍ରାଣ୍ଡ ଚମ୍ପିୟାନ, ସୌମ୍ୟ ରଂଜନ୍ ବାରିକ୍‌, ଏଏସଏମ୍ (ଏରିଆ ସେଲସ୍ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ ।
ଏସ୍‌୧ ଏକ୍ସ+ ଏକ ସୁଲଭ ମୂଲ୍ୟରେ ଶୀର୍ଷ ସ୍ତରୀୟ ପ୍ରଦର୍ଶନ, ଅତ୍ୟାଧୁନିକ ଟେକ୍ ଫିଚର ଓ ଉତ୍କୃଷ୍ଟମାନର ଚାଳନା ପ୍ରଦାନ କରୁଛି । । ଏହା ଏକ ୩କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ସହିତ ଆସୁଛି ଏବଂ ୧୫୧ କିଲୋମିଟର୍‌ର ଏକ ସାର୍ଟିଫାଏଡ୍ ରେଞ୍ଜ ପ୍ରଦାନ କରୁଛି । ୬କେଡବ୍ଲ୍ୟୁ ମୋଟର ଦ୍ୱାରା ପରିଚାଳିତ ଏସ୍‌୧ ଏକ୍ସ+ କେବଳ ୩.୩ ସେକେଣ୍ଡରେ ୦-୪୦ କିମି ପ୍ରତି ଘଂଟା ବେଗ ହାସଲ କରୁଛି ଏବଂ ଏହାର ଟପ୍ ସ୍ପିଡ୍ ୯୦ କିମି ପ୍ରତି ଘଂଟା ରହିଛି ।
ଦେଶରେ ଇଭି ଗ୍ରହଣୀୟତାକୁ ବ୍ୟାପକ କରିବା ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଓ ରିହାତି ଯୋଜନା ସହିତ ଆସନ୍ତା ଡିସେମ୍ବର ୩ ତାରିଖ ୨୦୨୩ରୁ ଆରମ୍ଭ ହେଉଥିବା ଏହାର ‘ଡିସେମ୍ବର ଟୁ ରିମେମ୍ବର’ କ୍ୟାମ୍ପେନ୍‌ର ଘୋଷଣା କରାଯାଇଛି ଯାହା ଚଳିତ ସିଜନକୁ ଏକ ଉଚ୍ଚ ସ୍ତରରେ ଶେଷ କରୁଛି ।
ଓଲାର ଚିଫ୍ ମାର୍କେଟିଙ୍ଗ ଅଫିସର ଅଂଶୁଲ ଖଣ୍ଡେଲ୍‌ୱାଲ କହିଛନ୍ତି, ‘ଓଲା ଇଲେକ୍‌ଟ୍ରିକ ଗତ ନଭେମ୍ବର ମାସରେ ୩୦,୦୦୦ ୟୁନିଟ୍‌ର ରେକର୍ଡ-ବ୍ରେକିଙ୍ଗ ସେଲ୍ ସହିତ ଏକ ନୂଆ ଶିଳ୍ପ ମାନ ଧାର୍ଯ୍ୟ କରିଛି । ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବା ଓ ଇଭିଗୁଡିକୁ ମୁଖ୍ୟଧାରାରେ ପରିଣତ କରିବା ପାଇଁ ଆମେ ଆମର ନୂଆ ଏସ୍‌୧ ଏକ୍ସ+ ସହିତ ଇଲେକ୍‌ଟ୍ରିକ ଯାନକୁ ଆପଣାଇବା କ୍ଷେତ୍ରରେ ରହିଥିବା ସବୁଠାରୁ ବଡ ପ୍ରତିବନ୍ଧକକୁ ଅତିକ୍ରମ କରିଛୁ । ଅଗ୍ରଣୀ ଆଇସିଇ ସ୍କୁଟର ସହିତ ସମାନ ଏକ ମୂଲ୍ୟ ସହିତ ଆମେ ନିଶ୍ଚିତ ଯେ, ଏସ୍‌୧ ଏକ୍ସ+ ୰ଏଣ୍ଡଆଇସ୍‌ଏଜ୍ ପାଇଁ ପ୍ରସ୍ତୁତ ରହିଛି । ଆକର୍ଷଣୀୟ ମୂଲ୍ୟ ସହିତ ଆମର ବିସ୍ତୃତ ରେଞ୍ଜର ସ୍କୁଟର୍‌ଗୁଡିକ ସହିତ ମୁଁ ଦୃଢ ଭାବେ ବିଶ୍ୱାସ କରୁଛି ଯେ, ଗ୍ରାହକଙ୍କ ନିକଟରେ ଏକ ଆଇସିଇ ଉତ୍ପାଦ କ୍ରୟ କରିବା ପାଇଁ ଏବେ କୌଣସି କାରଣ ରହିବ ନାହିଁ ।’
ଫାଇନାନ୍ସ ଅଫର୍‌
ଗ୍ରାହକମାନେ ନିର୍ଦ୍ଧିଷ୍ଟ କ୍ରେଡିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ଇଏମ୍‌ଆଇ ଉପରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ଏବଂ ଜିରୋ ଡାଉନ୍ ପେମେଂଟ୍‌, ଜିରୋ-ପ୍ରୋସେସିଂ ଫି’ ଓ ସର୍ବନିମ୍ନ ୬.୯୯%ର ସୁଧ ହାର ଭଳି ଅନ୍ୟାନ୍ୟ ଡିଲ୍ ସମେତ ଏକାଧିକ ଋଣ ଅଫର୍ ପାଇପାରିବେ । ଓଲା ପକ୍ଷରୁ ନିକଟରେ ଏହାର ଏସ୍‌୧ ପୋର୍ଟଫୋଲିଓକୁ ୫ଟି ସ୍କୁଟରକୁ ସମ୍ପ୍ରସାରଣ କରାଯାଇଛି । ୧୪୭,୪୯୯ ଟଙ୍କା ମୂଲ୍ୟର ଏସ୍‌୧ ପ୍ରୋ (୨ୟ ପିଢି) ହେଉଛି କମ୍ପାନୀର ଫ୍ଲାଗ୍‌ସିପ୍ ସ୍କୁଟର ଏବଂ ଏସ୍‌୧ ଏୟାର୍ ୧୧୯,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଓଲା ପକ୍ଷରୁ ବିବିଧ ପସନ୍ଦଯୁକ୍ତ ଚାଳକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅତିରିକ୍ତ ଭାବେ ଏହାର ଆଇସିଇ-କିଲର ପ୍ରଡକ୍ଟ, ଏସ୍‌୧ଏକ୍ସକୁ ୩ଟି ଭାରିଆଂଟ୍ ଏସ୍‌୧ ଏକ୍ସ+, ଏସ୍‌୧ ଏକ୍ସ (୩କେଡବ୍ଲ୍ୟୁଏଚ୍‌) ଓ ଏସ୍‌୧ ଏକ୍ସ (୨କେଡବ୍ଲ୍ୟୁଏଚ୍‌)ର ଶୁଭାରମ୍ଭ କରାଯାଇଛି । ଏସ୍‌୧ ଏକ୍ସ (୩କେଡବ୍ଲ୍ୟୁଏଚ୍‌) ଓ ଏସ୍‌୧ ଏକ୍ସ (୨କେଡବ୍ଲ୍ୟୁଏଚ୍‌) ପାଇଁ ରିଜର୍ଭେଶନ ୱିଣ୍ଡୋ କେବଳ ୯୯୯ ଟଙ୍କାରେ ଖୋଲା ରହିଛି । ଏସ୧ ଏକ୍ସ (୩କେଡବ୍ଲ୍ୟୁଏଚ୍‌) ଓ ଏସ୍‌୧ (୨କେଡବ୍ଲ୍ୟୁଏଚ୍‌) ସ୍କୁଟରଗୁଡିକ ଯଥାକ୍ରମେ ୯୯,୯୯୯ ଟଙ୍କା ଓ ୮୯,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି ।

 


Share It

Comments are closed.