ହ୍ରିତିକଙ୍କ ଆଗାମୀ ଫିଲ୍ମ “ସୁପର ୩୦”ର ପୋଷ୍ଟର ରିଲିଜ




ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ “ସୁପର ୩୦” ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହି ଆସୁଛି । ଏହି ଫିଲ୍ମକୁ ନେଇ ହ୍ରିତିକ ରୋଶନ ଅନେକ ଆଶା କରୁଥିବାବେଳେ ତାଙ୍କ ପ୍ରଶଂସକମାନ ଏହାକୁ ଦେଖିବା ପାଇଁ ବ୍ୟାକୁଳ ମଧ୍ୟ ହୋଇଗଲେଣି । କିଛି ମାସ ପୂର୍ବରୁ ଏହି ଫିଲ୍ମରେ ହ୍ରିତିକ ରୋଶନଙ୍କ ଲୁକ ସାମନାକୁ ଆସିଥିଲା । ଯେଉଁଥିରେ ତାଙ୍କୁ ପୂରା ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଗୁରୁ ଦିବସ ଅବସରରେ ଫିଲ୍ମଟିର ପ୍ରଥମ ପୋଷ୍ଟର ରିଲିଜ ହୋଇଛି ।
ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ “ସୁପର ୩୦”ର କେବଳ ଗୋଟିଏ ପୋଷ୍ଟର ରିଲିଜ ହୋଇ ନାହିଁ ବରଂ ଏକା ସାଙ୍ଗେ ତିନୋଟି ପୋଷ୍ଟର ରିଲିଜ ହୋଇଛି । ଏହି ଫିଲ୍ମର ପୋଷ୍ଟରକୁ ଅନୁରାଗ କଶ୍ୟାପଙ୍କ ପ୍ରଡକ୍ସନ କମ୍ପାନୀ ପେଣ୍ଟାମ ଫିଲ୍ମସ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । ଏହି ତିନୋଟି ପୋଷ୍ଟରରେ ହ୍ରିତିକଙ୍କ ଲୁକ ତାଙ୍କର ସମସ୍ତ ଫିଲ୍ମ ଅପେକ୍ଷା ଭିନ୍ନ ରହିଛି ।



ଫିଲ୍ମର ଏହି ତିନୋଟି ଯାକ ପୋଷ୍ଟରରେ ଏକ ଦମଦାର ଡାଇଲଗ ମଧ୍ୟ ରହିଛି । ଯେଉଁଥିରେ ଦର୍ଶାଯାଇଛି – “ଅବ ରାଜା କା ବେଟା, ରାଜା ନେହିଁ ବନେଗା ” । କେବଳ ଏତିକି ନୁହେଁ ହ୍ରିତିକ ମଧ୍ୟ ନିଜ ଟ୍ୱିଟରରେ ଏହି ପୋଷ୍ଟରକୁ ସେୟାର କରିବା ସହ କ୍ୟାପସନରେ ‘ୱକ୍ତ ବଦଲନେ ୱାଲା ହେ ’ ଲେଖିଛନ୍ତି । “ସୁପର ୩୦”ର ପ୍ରଥମ ପୋଷ୍ଟରରେ ହ୍ରିତିକଙ୍କୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିବା ଲୁକରେ ଦେଖିବାକୁ ମିଳୁଥିବାବେଳେ ଦ୍ୱିତୀୟ ପୋଷ୍ଟରରେ ହ୍ରିତିକ ପିଲାମାନଙ୍କ ଗହଣରେ ରହିଥିବା ଦେଖିବାକୁ ମିଳିଛି ।
ଏହି ଫିଲ୍ମଟି ବିହାରର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନି ଉପରେ ଆଧାରିତ ହୋଇଛି । ପ୍ରକାଶଥାଉକି ଫିଲ୍ମ ନିର୍ମାତା “ସୁପର ୩୦”କୁ ଆନନ୍ଦ କୁମାରଙ୍କ ବୟୋପିକ ରୂପେ ରିଲିଜ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଗଣିତଜ୍ଞ ଆନନ୍ଦ କୁମାର ଗରୀବ ପିଲାଙ୍କୁ ଆଇଆଇଟି ପଢାଇବା ପାଇଁ ନିଶୁଃଳ୍କରେ ଶିକ୍ଷାଦାନ କରୁଥିଲେ । ଏହି ଫିଲ୍ମ ଆଗାମୀ ବର୍ଷ ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି ।










Share It

Comments are closed.