୧-୦ରେ ସିରିଜ ଜିତିଲା ନ୍ୟଜିଲ୍ୟାଣ୍ଡ


ନ୍ୟଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ରୋମାଞ୍ଚକର ଦ୍ୱିତୀୟ ଟେଷ୍ଟ ଡ୍ର ରେ ସମାପ୍ତ ହୋଇଯାଇଛି । ଶେଷ ଦିନରେ ନ୍ୟଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଙ୍ଗ କରି ଦଳକୁ ପରାଜୟରୁ ରକ୍ଷା କରିଛନ୍ତି । ଏଥି ସହ ନ୍ୟଜିଲାଣ୍ଡ ୧-୦ରେ ବିଜୟୀ ହୋଇଯାଇଛି । ନ୍ୟଜିଲାଣ୍ଡ ଦୀର୍ଘ ୩୪ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ସିରିଜ ବିଜୟୀ ହୋଇଛି । ଚତୁର୍ଥ ଦିବସରେ ୩୮୨ ରନର ବିଜୟ ଲକ୍ଷକୁ ପିଛା କରି ନ୍ୟଜିଲାଣ୍ଡ ବିନା କୌଣସି କ୍ଷତିରେ ୪୨ ରନ କରିଥିଲା । ଅନ୍ତିମ ଦିନରେ ବିଜୟ ପାଇଁ ୩୪୦ରନ ଆବଶ୍ୟକ ହେଉଥିଲା । ଇଂଲଣ୍ଡ ବୋଲରଙ୍କ ଆକ୍ରମଣାତ୍ମକ ବୋଲଂ ଆଗରେ ନ୍ୟଜିଲାଣ୍ଡ ନିୟମିତ ବ୍ୟବଧାନରେ ୱିକେଟ ହରାଇ ସଂଙ୍କଟରେ ପଡିଯାଇଥିଲା । ମାତ୍ର ଇସ୍ ସୋଦ୍ଧି ଓ ନେଲ ୱାଗନର ଲଢୁଆ ବ୍ୟାଟିଙ୍ଗ କରି ଦଳକୁ ପରାଜୟରୁ ବଞ୍ଚାଇଥିଲେ । ନ୍ୟଜିଲାଣ୍ଡ ୮ ୱିକେଟ ହରାଇ ୨୫୬ ରନ କରିଥିବା ବେଳେ ଅନ୍ତିମ ଦିନରେ ଖେଳ ଶେଷ ହୋଇଥିଲା । ନ୍ୟଜିଲାଣ୍ଡର ସାଉଦି ପ୍ଲେୟାର ଅଫ ଦି ମ୍ୟାଚ ଓ ଟ୍ରେଣ୍ଟ ବାଉଲ୍ଟ ପ୍ଲେୟାର ଅଫ ଦ ସିରିଜ ବିବେଚିତ ହୋଇଥିଲେ ।


Share It

Comments are closed.