ବାପ-ପୁଅ ଭୂମିକାରେ ନଜର ଆସିବେ ସଞ୍ଜୟ ଓ ସୁରଜ


ଗତ ପାଞ୍ଚ ବର୍ଷ ମଧ୍ୟରେ ଆପଣ ଏପରି ଅନେକ ଚଳଚିତ୍ର ଦେଖିବାକୁ ପାଇବେ, ଯେଉଁଥିରେ ବଲିଉଡର ପୁରୁଖା କଳାକାରଙ୍କ ସହିତ ନବାଗତ କଳାକାର ଅଭିନୟ କରିଛନ୍ତି । ଏହି ସବୁ ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି । ଯେପରିକି, ବ୍ରଦର୍ସ (୨୦୧୫)ରେ ଅକ୍ଷୟ-ସିଦ୍ଧାର୍ଥଙ୍କ ଯୋଡ଼ି, ଦିଲୱାଲେ (୨୦୧୫)ରେ ଶାହରୁଖ୍-ବରୁଣଙ୍କ ଯୋଡ଼ି, ମୁବାରଖାଁ (୨୦୧୭)ରେ ଅନୀଲ-ଅର୍ଜ୍ଜୁନଙ୍କ ଯୋଡ଼ି । ଏହି ବର୍ଷ ଆପଣ ପୁଣି ଏକ ଏହିପରି ଯୋଡ଼ି ସିନେ ପରଦାରେ ଦେଖିବାକୁ ପାଇବେ । ସେମାନେ ହେଲେ ବଲିଉଡର ବାବା ସଞ୍ଜୟ ଦତ୍ତ ଓ ନବାଗତ ସୁରଜ ପଞ୍ଚୋଲି । ଏହି ଫିଲ୍ମଟିକୁ ସଞ୍ଜୁଙ୍କ ହୋମ୍ ପ୍ରଡକ୍ସନ୍ ନିର୍ମାଣ କରୁଛି ସେ ନିଜେ ଏହାର ପ୍ରଯୋଜନା ଦେଉଛନ୍ତି । ସେ ପ୍ରକାଶ କରିଛନ୍ତି ଯେ, ଏକ ଦକ୍ଷିଣ ଭାରତୀୟ ସିନେମା ‘ପ୍ରସ୍ଥାନମ’ ତାଙ୍କୁ ବହୁତ ଭଲ ଲାଗିଥିଲା ଓ ସେ ଏହାକୁ ହିନ୍ଦୀ ଭାଷାରେ ନିର୍ମାଣ କରିବାକୁ ସେ ନିଷ୍ପତି ନେଇଥିଲେ । ଏହି ଫିଲ୍ମଟିର ସୁଟିଂ ଅଗଷ୍ଟରେ ଅରମ୍ଭ ହେବ ।


Share It

Comments are closed.