ଶିଶୁର କାନ୍ଦରୁ ଜାଣନ୍ତୁ ବିିଭିନ୍ନ ରୋଗ ସମ୍ପର୍କରେ


ଅନେକ କାରଣ ଯୋଗୁଁ ପିଲାମାନେ କାନ୍ଦିଥାଆନ୍ତି । ଆମେ ଅନେକ ସମୟରେ ଜାଣି ପାରି ନଥାଉ ସେମାନଙ୍କ କାନ୍ଦିବାର କାରଣ ସମ୍ପର୍କରେ । କିନ୍ତୁ ଶିଶୁମାନଙ୍କ ରୋଗ ଓ ପୀଡ଼ା ବିଷୟରେ ଆମ୍ଭେମାନେ ଜାଣିବା ଉଚିତ୍ । ପିଲା ବାରମ୍ବାର ଯେଉଁ ସ୍ଥାନ ଉପରେ ହାତ ରଖେ, ଆମକୁ ଜାଣିବାକୁ ପଡ଼ିବ ଯେ ସେହି ସ୍ଥାନ ଉପରେ କିଛି ପୀଡ଼ା ହେଉଛି?
ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଶିଶୁ କାତର ହୋଇ କାନ୍ଦିଲେ ଶିଶୁକୁ ଭୋକ ହେଉଛି ବୋଲି ଜାଣନ୍ତୁ ।
୨. ଶିଶୁ ଓଠ ଚାଟିଲେ ତାକୁ ଶୋଷ ହେଉଛି କିମ୍ବା ମୂତ୍ରରୋଧ ହେଉଛି ବୋଲି ଜାଣନ୍ତୁ ।
୩. ଆଖିବୁଜି କାନ୍ଦିଲେ ମୁଣ୍ଡବ୍ୟଥା ହେଉଛି ବୋଲି ଜାଣନ୍ତୁ ।
୪. କାନ୍ଦିଲା ବେଳେ କାନରେ ହାତ ଦେଲେ କର୍ଣ୍ଣ ବ୍ୟାଧି ହୋଇଛି ବୋଲି ଜାଣନ୍ତୁ ।
୫. ଛାତି ନ ଫୁଲିଲେ କିମ୍ବା ତରାଟି ଚାହିଁଲେ ଶ୍ୱାସପ୍ରଶ୍ୱାସରେ କଷ୍ଟ ହେଉଛି ବୋଲି ଜାଣନ୍ତୁ ।
୬. କଇଁ କଇଁ ହୋଇ କାନ୍ଦିଲେ ପେଟରେ ଯନ୍ତ୍ରଣା ହେଉଛି ବୋଲି ଜାଣନ୍ତୁ ।
୭. ମୁହଁରୁ ସବୁବେଳେ ଲାଳ ବାହାରିଲେ ଅମ୍ଳ ହୋଇଛି ବୋଲି ଜାଣନ୍ତୁ ।
୮. ଦାନ୍ତ କଡ଼ମଡ଼ କଲେ କୃମି ବା ବାତ ବ୍ୟାଧି ହୋଇଛି ବୋଲି ଜାଣନ୍ତୁ ।
୯. ଶିଶୁ କାଶି କାଶି କାନ୍ଦିଲେ ଛାତିରେ ପୀଡ଼ା ହେଉଛି ବୋଲି ଜାଣନ୍ତୁ ।
୧୦. ଘୁମାଇ ଚୁପ୍ ହୋଇ ପଡ଼ି ରହିଲେ ଥଣ୍ଡା ହୋଇଛି ବୋଲି ଜାଣନ୍ତୁ ।


Share It

Comments are closed.