ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କ ଘରୁ ଡ୍ରଗ୍ସ ଜବତ କଲା ଏନସିବି


ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପାଇଁ ଆଉ ପାଦେ ଅଡୁଆ ବଢିଛି । ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମାଙ୍କ ଘରୁ ଡ୍ରଗ୍ସ ଜବତ କରିଛି ଏନସିବି । ଗତମାସରେ ଦୀପିକା ପୋଦୁକୋନ ଓ କରିସ୍ମାଙ୍କ ଡ୍ରଗ୍ସ ଚାଟ ଭାଇରାଲ ହୋଇଥିଲା । ଏନେଇ ଉଭୟଙ୍କୁ ଏନସିବି ପଚରା ଉଚୁରା କରି ଛାଡିଦେଇଥିଲା । ଆଉ ଏବେ ପୁଣି କରିସ୍ମାଙ୍କ ଘରୁ ଡ୍ରଗ୍ସ ମିଳିବା ପରେ ଉଭୟଙ୍କ ପାଇଁ ପୁଣି ଅଡୁଆ ବଢିଛି । ତେବେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମନ୍ାକୁ ଆସିବା ପରେ ବଲିିଉଡରେ ଡ୍ରଗସ କାରବାର ଖୋଳତାଡ କରୁଛି ଏନସିବି ।

କରିସ୍ମାଙ୍କ ଘରୁ ଡ୍ରଗ୍ସ ଜବତ ହେବାପରେ ସମନ କରିଛି ଏନସିବି । ‘ହ୍ୟାସ’  ଓ ମାଲକୁ ନେଇ କରିସ୍ମା ଏବଂ ଦୀପିକାଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା । ଡ୍ରଗସ ମାମଲାରେ ଏହାକୁ କୋଡ ୱାର୍ଡ ଭାବେ ବ୍ୟବହାର କରାଯାଉଥିବା ଏନସିବି କହିଛି । ଏବେ ଏହି ‘ହ୍ୟାସ’ ଏନସିବି ହାତରେ ଲାଗିଛି । କରିସ୍ମାଙ୍କ ଘରୁ ୧.୮ ଗ୍ରାମ ଡ୍ରଗ୍ସ ଜବତ କରିଛି ଏନସିବି ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁସହ ଜଡିତ ଡ୍ରଗ୍ସ ମାମଲାରେ ବଲିଉଡ ଅଭନେତ୍ରୀ ଦୀପିକା ପାଦୁକୋନ, ରୁକୁଲ ପ୍ରିତି ସିଂ, ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଏନସିବି ପଚରାଉଚୁରା କରିଥିଲା । ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମନାକୁ ଆସିବା ପରେ ଏବେ ପର୍ଯ୍ୟନ୍ତ ୨୩ ଜଣଙ୍କୁ ଏନସିବି ଗିରଫ କରିଛି ।

 

 


Share It

Comments are closed.