ଓଡିଶାରେ ନୂଆ ରିସର୍ଚ୍ଚ ସେଂଟର୍‌ର ଶୁଭାରମ୍ଭ କରିଛି ଆଇଏଫ୍‌ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିଃ


ଭୁବନେଶ୍ୱର : ଜଣେ ଭାରତୀୟଙ୍କ ମାଲିକାନାରେ ଥିବା ସର୍ବବୃହତ୍ ବହୁରାଷ୍ଟ୍ରୀୟ ରିଫ୍ରାକ୍ଟୋରିଜ୍ କମ୍ପାନୀ ଆଇଏଫ୍‌ଜିଏଲ୍ ପକ୍ଷରୁ ଆଜି ଅର୍ଥାତ୍ ନଭେମ୍ବର ୨୪ ତାରିଖରେ ଓଡିଶାର କାଳୁଙ୍ଗାଠାରେ ଏହାର ନୂଆ ରିସର୍ଚ୍ଚ ସେଂଟର୍‌ର ଶୁଭାରମ୍ଭ କରାଯାଇଛି । ଆଇଏଫ୍‌ଜିଏଲ୍ ରିଫ୍ରାକ୍ଟୋରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଶିଶିର ବଜୋରିଆ ଏବଂ ପରିଚାଳନା ନିର୍ଦ୍ଦେଶକ ଜେମ୍‌ସ ଏମ୍‌ସିଇନ୍‌ତୋସ୍‌ଙ୍କ ଉପସ୍ଥିତିରେ ଏହି ସେଂଟର୍‌ର ଉନ୍ମୋଚନ କରାଯାଇଛି । ଏହି ଷ୍ଟେଟ୍ ଅଫ୍ ଦ ଆର୍ଟ ସେଂଟର୍ ଆଇଏଫ୍‌ଜିଏଲ୍‌କୁ ମୌଳିକ ଗବେଷଣା ସମ୍ପୂର୍ଣ୍ଣ କରିବା ପାଇଁ ବିଶ୍ୱସ୍ତରୀୟ କ୍ଷମତା ପ୍ରଦାନ କରିବା ସହିତ ସାମଗ୍ରୀ, ଇସ୍ପାତ ଓ ସ୍ଲାଗ୍ ଆଦାନପ୍ରଦାନରେ ପ୍ରତିକ୍ରିୟାର ନିଶ୍ଚିତତାକୁ ସକ୍ଷମ କରିବା ପାଇଁ ଏକ ମେଟାଲ ମେଲ୍ଟିଙ୍ଗ୍ ଫ୍ୟାସିଲିଟି ପ୍ରଦାନ କରୁଛି ।
ଏହି ରିସର୍ଚ୍ଚ ସେଂଟର୍ ଆମର ବ୍ୟବହାରକାରୀ ଶିଳ୍ପଗୁଡିକୁ ସର୍ବୋତମ ମାନର ସମାଧାନ ପ୍ରଦାନ କରିବା ଲାଗି ସ୍ୱଦେଶୀ କଂଚାମାଲ ବିକଶିତ କରିବା, ବୈକଳ୍ପିକ ସାମଗ୍ରୀ, ରିସାଇକ୍ଲିଙ୍ଗ୍‌, ନୂଆ ଉତ୍ପାଦ ବିକାଶ କ୍ଷେତ୍ରରେ ମୌଳିକ ଗବେଷଣାକୁ ଗୁରୁତ୍ୱ ଦେବ । ଆମର ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ରହିବ ପ୍ରକ୍ରିୟା ଓ ଉତ୍ପାଦଗୁଡିକୁ ବିକଶିତ କରିବା, ଯାହା ପରିବେଶ ଉପରେ ଆମର ପ୍ରଭାବକୁ ହ୍ରାସ କରିବା ପାଇଁ ସ୍ଥାୟୀ ସାମଗ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟବସାୟ ଅଭିବୃଦ୍ଧିକୁ ସକ୍ଷମ କରିବ । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଜେମ୍‌ସ ଏମ୍‌ସିଇନ୍‌ତୋସ କହିଛନ୍ତି, ‘ଆଇଏଫ୍‌ଜିଏଲ୍ ରିସର୍ଚ୍ଚ ସେଂଟର୍ ନିର୍ମାଣ କରିବା ପାଇଁ ଆମର ଲକ୍ଷ୍ୟ ସଫଳ ହୋଇଛି ଏବଂ ଉତ୍ପାଦ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଂଚିବା ଏବଂ ଆମର ଉତ୍ପାଦ ଶୃଙ୍ଖଳା ବିସ୍ତାର କରିବା ପାଇଁ ବର୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି ।

 


Share It

Comments are closed.