ଆଗକୁ ରାକେଶ ଶର୍ମାଙ୍କ ଭୂମିକାରେ ନିଜର ଆସିବେ ଶାହାରୁଖ


ବଲିଉଡରେ ଶାହାରୁଖ ନିଜର ଆଗାମୀ ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହିଥିବାବେଳେ କୁହାଯାଉଛି ଯେ, ସେ ରାକେଶ ଶର୍ମାଙ୍କ ଉପରେ ଆଧାରିତ ଏକ ବାୟୋପିକରେ ଆଗକୁ ନଜର ଆସିବେ । ପୂର୍ବରୁ ଶାହାରୁଖ ଏହି ଫିଲ୍ମ ସଂପର୍କରେ କିଛି ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ଏବେ ଏହି ଫିଲ୍ମରେ ଶାହାରୁଖଙ୍କ ଅଭିନୟ ସ୍ପଷ୍ଟ ହୋଇଛି ବୋଲି ଜଣା ପଡିଛି ।
ପୂର୍ବରୁ ଏହି ଫିଲ୍ମର ନାମ “ସ୍ୟାଲୁଟ” ରଖାଯାଇଥିବାବେଳେ ବର୍ତ୍ତମାନ ଏହି ଫିଲ୍ମର ନାମ ବଦଳାଇ ଦିଆଯାଇ “ସାରେ ଜାହାଁ ସେ ଅଚ୍ଛା” ରଖାଯାଇଛି । ଏହି ଫିଲ୍ମର ସୁଟିଙ୍ଗ ଆଗାମୀ ବର୍ଷ ଫେବୃଆରୀରେ ଆରମ୍ଭ ହେବ । ବର୍ତ୍ତମାନ ଶାହାରୁଖଙ୍କ ପୂରା ଧ୍ୟାନ ତାଙ୍କର ଆଗାମୀ ଫିଲ୍ମ ‘ଜିରୋ’ ଉପରେ ରହିଛି । ଶାହାରୁଖଙ୍କ ଏହି ‘ଜିରୋ’ ଫିଲ୍ମ ତାଙ୍କ କ୍ୟାରିୟର ସବୁଠାରୁ ଦାମିକିଆ ଫିଲ୍ମ ବୋଲି କୁହାଯାଉଥିବାବେଳେ ଏଥିରେ ସେ ପ୍ରଥମ ଥର ଏକ ବାମନ ଭୂମିକାରେ ନଜର ଆସିବେ ।
ଶାହାରୁଖଙ୍କ ଆଗାମୀ ଫିଲ୍ମ “ସାରେ ଜାହାଁ ସେ ଅଚ୍ଛା” ର ନିର୍ମାଣ ସିଦ୍ଧାର୍ଥ ରାୟ କପୁର କରିବାକୁ ଯାଉଥିବାବେଳେ ଏହାର ନିର୍ଦ୍ଦେଶନା ଦେବେ ମହେଶ ମଥାଇ । ପ୍ରକାଶ ଥାଉକି ଏହି ଫିଲ୍ମକୁ ସର୍ବପ୍ରଥମେ ଅମିର ଖାନଙ୍କୁ ଅଫର କରାଯାଇଥିଲା କିନ୍ତୁ ସେ ଅନ୍ୟ କୌଣସି ପ୍ରୋଜେକ୍ଟ ଉପରେ ବ୍ୟସ୍ତ ଥିଲେ । ସେଥିପାଇଁ ସେ ମେକର୍ସଙ୍କୁ କିଙ୍ଗ ଖାନଙ୍କ ନାମ ଲବି କରାଇଥିଲେ ।
ଏହା ପରେ ମେକର୍ସ ମଧ୍ୟ ଶାହାରୁଖଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ ବୋଲି ରାଜି ହୋଇ ଯାଇଛନ୍ତି । ସପଟେ ଶାହାରୁଖ କହିଛନ୍ତି ଯେ, ତାଙ୍କ ଆଗାମୀ ଫିଲ୍ମ ‘ଜିରୋ’ ରିଲିଜ ହେବା ପରେ ସେ ନିଜର ପରବର୍ତ୍ତୀ ଫିଲ୍ମର ଘୋଷଣା କରିବେ । ଶାହାରୁଖଙ୍କ ଭଳି ଅମିର ମଧ୍ୟ “ଠଗ୍ସ ଅଫ ହିନ୍ଦୁସ୍ଥାନ”ର ରିଲିଜ ପରେ ନିଜର ଆଗାମୀ ଫିଲ୍ମର ଘୋଷମା କରିବେ ବୋଲି କହିଛନ୍ତି ।
ପ୍ରକାଶ ଥାଉକି, ଶାହାରୁଖ ରାକେଶ ଶର୍ମାଙ୍କ ଉପରେ ଆଧାରିତ ଆଗାମୀ ଫିଲ୍ମର ପ୍ରାଥମିକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଛନ୍ତି ।


Share It

Comments are closed.