ମୁଥୁଟ୍ ମାଇକ୍ରୋଫିନ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଡିସେମ୍ବର ୧୮ରେ ଖୋଲିବ


ଭୁବନେଶ୍ୱର: ମୁଥୁଟ୍ ମାଇକ୍ରୋଫିନ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଡିସେମ୍ବର ୧୮ ସୋମବାର ଦିନ ଖୋଲିବ । ଏହି ଅଫର ୨୦୨୩ ଡିସେମ୍ବର ୨୦ରେ ବନ୍ଦ ହେବ । ଆଙ୍କର ନିବେଶକମାନେ ୨୦୨୩ ଡିସେମ୍ବର ୧୫ ଶୁକ୍ରବାର ଦିନ ବିଡ୍ ଦାଖଲ କରିପାରିବେ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୨୭୭ ଟଙ୍କାରୁ ୨୯୧ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୫୧ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରାଯାଇପାରିବ ଏବଂ ଏହା ପରେ ୫୧ଟି ଲେଖାଏଁ ଇକ୍ୱିଟି ସେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ ।
ଏହି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ୯୬୦ କୋଟି ଟଙ୍କା ହାସଲ କରିବାକୁ କଂପାନି ଯୋଜନା ରଖିଛି । ଏଥିରେ ୭୬୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ୨୦୦ କୋଟି ଟଙ୍କା ହାସଲ କରାଯିବ । ଏହି ଅଫରରୁ ମିଳିବାକୁ ଥିବା ରାଶିକୁ କଂପାନିର ଭବିଷ୍ୟତ ପୁଞ୍ଜି ଆବଶ୍ୟକତା ପୂରଣ କରିବାରେ ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ରେ ଥମାସ୍ ଜନ୍ ମୁଥୁଟଙ୍କ ୧୬.୩୬ କୋଟି ଟଙ୍କା, ଥମାସ୍ ମୁଥୁଟ୍‌ଙ୍କ ୧୬.୩୮ କୋଟି ଟଙ୍କା, ଥମାସ୍ ଜର୍ଜ ମୁଥୁଟଙ୍କ ୧୬.୩୬ କୋଟି ଟଙ୍କା, ପ୍ରୀତି ଜନ୍ ମୁଥୁଟଙ୍କ ୩୩.୭୪ କୋଟି ଟଙ୍କା, ରେମି ଥମାସ୍‌ଙ୍କ ୩୩.୩୯ କୋଟି ଟଙ୍କା, ନିନା ଜର୍ଜଙ୍କ ୩୩.୭୭ କୋଟି ଟଙ୍କା. ଗ୍ରେଟର ପାସିଫିକ୍ କ୍ୟାପିଟାଲ୍ ଡବ୍ଲ୍ରୁ୍ର୍ରଆଇଭି ଲିମିଟେଡ୍‌ର ୫୦ କୋଟି ଟଙ୍କାର ସେୟାର ବିକ୍ରି କରାଯିବ ।
କଂପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ


କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କ୍ୟୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଜେଏମ ଫାଇନାନ୍ସିଆଲ ଲିମିଟେଡ୍ ଏବଂ ଏସବିଆଇ କ୍ୟାପିଟାଲ ମାର୍କେଟ୍‌ସ ଲିମିଟେଡ୍ ।


Share It

Comments are closed.