ଅପର୍ଣ୍ଣା ଏଟଂରପ୍ରାଇଜେସ୍ ପକ୍ଷରୁ ଦକ୍ଷିଣ-ପୂର୍ବ ଏସିଆ ଦେଶରେ ସମ୍ପ୍ରସାରଣ


ଭୁବନେଶ୍ୱର: ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ କୋଠା ଉପକରଣ ନିର୍ମାତା ଅପର୍ଣ୍ଣା ଏଟଂରପ୍ରାଇଜେସ୍ ଲିମିଟେଡ୍ ଏହାର ୟୁପିଭସି କବାଟ ଓ ଝରକା ବ୍ରାଣ୍ଡ୍ ଓକୋଟେକ୍ ସହ ଦକ୍ଷିଣ ପୂର୍ବ ଏସିଆ ବଜାରରେ ପ୍ରବେଶ କରାଯାଇଛି । ଉତର ଭାରତ ବଜାର ଓ ଭୁଟାନରେ ପ୍ରବେଶ କରିବା ପରେ ଅପର୍ଣ୍ଣା ଏଟଂରପ୍ରାଇଜେସ୍ ଭିଏତନାମ, ବାଲାଂଦେଶ, ଶ୍ରୀଲଙ୍କା ଓ ନେପାଳରେ ପ୍ରବେଶ କରିଛି ଯାହା ଭବିଷ୍ୟତରେ ଓକୋଟେକ୍‌ର ମୋଟ ରାଜସ୍ୱ ପ୍ରତି ୨୦ ପ୍ରତିଶତ ଅବଦାନ ପ୍ରଦାନ କରିବ ।
ବିଶ୍ୱ ସ୍ତରରେ ୟୁପିଭିସି କବାଟ ଓ ଝରକାର ଚାହିଦାରେ ଯେଉଁ ବୃଦ୍ଧି ଘଟିଛି, ବିବିଧ ବଜାରରେ ସମ୍ପ୍ରସାରଣ ମାଧ୍ୟମରେ କଂପାନି ତାହାକୁ ପୂରଣ କରିପାରିବ । ବାର୍ଷିକ ୬.୮ ପ୍ରତିଶତ ହାରରେ ଆଗକୁ ବଢ଼ି ବିଶ୍ୱ ୟୁପିଭିସି ବଜାର ୨୦୨୩ ସୁଦ୍ଧା ୯୯.୧୮ ବିଲିଅନ ଡଲାରରେ ପହଂଚିବ ବୋଲି ଆକଳନ କରାଯାଇଛି । ପ୍ରୋଫାଇଲ୍ ସେକ୍ସନ, ଥର୍ମୋପ୍ଲାଷ୍ଟିକ୍ ପ୍ରଦର୍ଶନ, ସହରୀକରଣ ଓ ଶିଳ୍ପାୟନ ପାଇଁ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଂଚଳ ଏହି ବଜାର ପ୍ରତି ଯୋଗଦାନ ପ୍ରଦାନ କରିବ ।
ଏହି ସମ୍ପ୍ରସାରଣ ପାଇଁ ଅପର୍ଣ୍ଣା ଏଟଂରପ୍ରାଇଜେସ୍ ୫୦ କୋଟି ଟଙ୍କାର ବ୍ୟୟବରାଦ କରିଛି ଯାହା ବିଶ୍ୱ ୟୁପିଭିସି ବଜାରରେ ଏହାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିପାରିବ । ଅପର୍ଣ୍ଣା ଏଟଂରପ୍ରାଇଜେସ୍‌ର ଏହି ସମ୍ପ୍ରସାରଣ ଦ୍ୱାରା ୫୦୦ ନୂଆ ନିଯୁକ୍ତି ସୃଷ୍ଟି ହେବ ।
ଏହି ଅବସରରେ ଅପର୍ଣ୍ଣା ଏଟଂରପ୍ରାଇଜେସ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅପର୍ଣ୍ଣା ରେଡ୍ଡି କହିଛନ୍ତି ଯେ, “ଦକ୍ଷିଣ ପୂର୍ବ ଏସିଆ ବଜାରରେ ଆମର ୟୁପିଭିସି କବାଟ ଓ ଝରକା ସମ୍ପ୍ରସାରଣ ଯାତ୍ରାର ଶୁଭାରମ୍ଭ କରିଥିବାରୁ ଆମେ ବେଶ ରୋମାଂଚିତ । ଗତ ଚାରି ବର୍ଷ ମଧ୍ୟରେ ଓକୋଟେକ୍‌ର ଉତ୍ପାଦ ପୋର୍ଟଫୋଲିଓରେ ଆମେ ବାର୍ଷି ୨୦ ପ୍ରତିଶତ ହାରର ଅଭିବୃଦ୍ଧି ହାସଲ କରିଛୁ ଏବଂ ଆମ ଗୁରୁତ୍ୱପୂର୍ଣ୍ଣ ନିବେଶ ଓ ସମ୍ପ୍ରସାରଣ ଜରିଆରେ ତାହାକୁ ଆହୁରି ବଢ଼ାଇବାକୁ ଚାହୁଛୁ । ଆମ ଉଲ୍ଲେଖନୀୟ ଉତ୍ପାଦ ଓ ସେବା ସହିତ ବିଶେଷ କରି ଭୁଟାନ ଭଳି ବଜାରରେ ଆମେ ଏକ ବିଶ୍ୱାସନୀୟ ୟୁପିଭିସି ଉତ୍ପାଦ ପ୍ରଦାନକାରୀ ହେବାକୁ ଲକ୍ଷ୍ୟ ରଖିଛୁ ଯେଉଁଠାରେ ଓକୋଟେକ୍‌ର ପ୍ରବେଶ ହେଉଛି ସବୁଜ ଉପରେ ଆମ ଗୁରୁତ୍ୱର ପ୍ରମାଣ ।’’
ଅପର୍ଣ୍ଣା ଏଟଂରପ୍ରାଇଜେସ୍‌ର ୟୁପିଭିସି ଡିଭିଜନର ସଭାପତି ଓ ସିଇଓ ଶ୍ରୀ ମହେଶ ଚୌଧୁରୀ କହିଛନ୍ତି ଯେ, “ଆମର ଲକ୍ଷ୍ୟ କେବଳ ଭୌଗୋଳିକ କ୍ଷେତ୍ରରେ ସମ୍ପ୍ରସାରଣ ନୁହେଁ ବରଂ ବିଶ୍ୱସ୍ତରରେ ୟୁପିଭିସି ବଜାରରେ ଏକ ବିଶ୍ୱସନୀୟ ନାମରେ ପରିଣତ ହେବା । ଆମର ବିଶ୍ୱାସ ରହିଛି ଯେ ଉଚ୍ଚ ମାନର ଉତ୍ପାଦ ଓ ସେବା ପ୍ରଦାନ କରି ଆମ ଗ୍ରାହକମାନଙ୍କ ବିବିଧ ଚାହିଦା ପୂରଣ କରିବା ସହ ଦକ୍ଷିଣ-ପୂର୍ବ ଏସୀୟ ବଜାରରେ ଆମେ ଉଲ୍ଳେଖନୀୟ ବଜାର ଅଂଶ ହାସଲ କରିପାରିବୁ ।’’


Share It

Comments are closed.