ଆଇଟେଲ୍ ପକ୍ଷରୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଏ୦୫ଏସ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଅଗ୍ରଣୀ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଆଇଟେଲ୍ ପକ୍ଷରୁ ଏ୦୫ଏସ୍ ସ୍ମାର୍ଟଫୋନ୍ ଶୁଭାରମ୍ଭ କରାଯାଇଛି ଯାହାର ମୂଲ୍ୟ ହେଉଛି ୬,୦୯୯ ଟଙ୍କା । ଏଥିରେ ୬.୬ ଇଂଚ ଏଚ୍‌ଡି+ ଡ୍ରପ୍ ଡିସ୍‌ପ୍ଲେ, ୪୦୦୦ ଏମ୍‌ଏଏଚ୍ ବ୍ୟାଟେରି, ୮ ଏମ୍‌ପି ଏଆଇ କ୍ୟାମେରା ଏବଂ ଆହୁରି ବହୁ ସୁବିଧାସୁଯୋଗ ରହିଛି । ଏ୦୫ଏସ୍‌ର ବଡି ବେଶ ପତଳା ହୋଇଥିବା ବେଳେ ତାହା କ୍ରିଷ୍ଟାଲ ବ୍ଲୁ, ଗ୍ଲୋରିଅସ୍ ଅରେଂଜ୍‌, ମିଡୋ ଗ୍ରିନ୍ ଓ ନେବୁଲା ବ୍ଲାକ୍ ଭଳି ରଙ୍ଗରେ ଉପଲବ୍ଧ ହୋଇଛି ।
ଏ୦୫ଏସ୍‌ରେ ରହିଛି ୧.୬ ଗିଗାହର୍ଜ ପ୍ରୋସେସର ଯାହା କଲ କରିବା, ୱେବ୍ ବ୍ରାଉଜ୍‌, ଭିଡିଓ ଦେଖିବା, ସୌକିନରେ ଗେମ୍ ଖେଳିବା ଏବଂ ଦୈନନ୍ଦୀନ କାମ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବ । ଏଥିରେ ୪୦୦୦ ଏମ୍‌ଏଏଚ୍‌ର ବ୍ୟାଟେରି ଥିବା ବେଳେ ୬୪ ଜିବିର ରମ୍ ରହିଛି । ଏହାର ଏଚ୍‌ଡି+ ୱାଟର ଡ୍ରପ୍ ଡିସ୍‌ପ୍ଲେରେ ୧୬୦୦ଞ୍ଚ୭୨୦ ପିକ୍ସେଲ୍ ରିଜଲ୍ୟୁସନ ରହିଛି ଯାହା ଚମତ୍କାର ଦେଖିବା ଅନୁଭବ ପ୍ରଦାନ କରିବ ।
ସ୍ପଷ୍ଟ ଫଟୋ ଓ ଭିଡିଓ ଉତୋଳନ କରିବା ଲାଗି ଏହାର ପଛ ପାଶ୍ୱର୍ରେ ରହିଛି ଏକ ୮ ଏମ୍‌ପି କ୍ୟାମେରା ଏବଂ ସାମ୍ନାରେ ୫ ଏମ୍‌ପି ସେଲ୍‌ଫି କ୍ୟାମେରା ସହ ଏଆଇ ବିଉଟିଫିକେସନ ମୋଡ୍ ରହିଛି ।ଏହା ବ୍ୟତୀତ ଏହାର ପଛରେ ଫିଙ୍ଗରପ୍ରିଂଟ୍ ସେନ୍‌ସର୍‌, ଫେସ୍ ଅନ୍‌ଲକ୍‌, ମାଇକ୍ରୋ ଏସ୍‌ଡି ସ୍ଲଟ୍‌, ଡୁଆଲ ୪ଜି ଭୋଲ୍‌ଟି ଭଳି ସୁବିଧା ରହିଛି ।
ଆଇଟେଲ୍ ଇଣ୍ଡିଆର ସିଇଓ ଶ୍ରୀ ଅରିଜିତ ତାଳପତ୍ର କହିଛନ୍ତି ଯେ, “ନୂଆ ଏ୦୫ଏସ୍‌ର ଶୁଭାରମ୍ଭ କରି ଆମେ ରୋମାଂଚିତ ଯାହା ଷ୍ଟାଇଲ୍ ଓ ଦୈନନ୍ଦୀନ କାର୍ଯ୍ୟର ଏକ ଉପଯୁକ୍ତ ସମିଶ୍ରଣ । ଡିଜିଟାଲ ଇଣ୍ଡିଆ ଅଭିଯାନକୁ ନୂତନ ଶିଖରରେ ପହଂଚାଇବା ଲାଗି ଆମ ଉଦ୍ୟମର ଫଳ ହେଉଛି ଏ୦୫ଏସ୍ । ଶ୍ରେଷ୍ଠ ମାନର ଡିସ୍‌ପ୍ଲେ, ବ୍ୟାଟେରି, କ୍ୟାମେରା ଏବଂ ଚାରିଟି ଆକର୍ଷଣୀୟ ରଙ୍ଗ ସହ ଟ୍ରେଣ୍ଡି ଡିଜାଇନକୁ ନେଇ ଏ୦୫ଏସ୍ ଅଧିକ ସୁବିଧା ସୁଯୋଗ ଥିବା ଫୋନ୍‌କୁ ସୁଲଭ ମୂଲ୍ୟରେ ଚାହୁଥିବା ଗ୍ରାହକମାନଙ୍କ ମନକୁ ଛୁଇଁବ ।’’


Share It

Comments are closed.