ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ଗାଡ଼ି, ୧୦ ମୃତ


ପଶ୍ଚିମବଙ୍ଗର କୋଚବେହେରା ଠାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଗାଡ଼ି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନା ମୁତାବକ ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି । ୨୭ ଜଣ ଏଥିରେ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୧୬ଜଣଙ୍କୁ ଜଲପାଇଗୁରି ଡାକ୍ତରଖାନାକୁ ପଠାଯାଇଛି । ଅନ୍ୟ ୧୧ଜଣ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାକୁ ନେଇ ପୁଲିସ ତାର ପ୍ରତିକ୍ରିୟା ରଖିଛି । ପୁଲିସ କହିଛି କି, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଯୋଗୁ ଏପରି ଦୁର୍ଘଟଣା ଘଟିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏଥିରେ ଥିବା କରେଣ୍ଟ ନିଶ୍ଚିତ ଭାବରେ ଜେନେରେଟର ସିଷ୍ଟମ ଯୋଗୁଁ ଆସିଥିବା କୁହାଯାଇଛି । ସମସ୍ତ ମୃତ ଓ ଆହତ ଯାତ୍ରୀ ସାଇଟାକୁଚି ପୁଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି । ହେଲେ ଦୁର୍ଘଟଣା ସ୍ଥଳରୁ ଗାଡ଼ିର ଡ୍ରାଇଭର ଫେରାର ହୋଇହଯାଇଛି ।


Share It

Comments are closed.