ଭାରତରେ ଶୁଭାରମ୍ଭ ହେଲା ମୋଟୋରୋଲାର ନୂତନ ୱାନ ପାୱାର ଡ଼ିଭାଇସ୍


ଏହାର ୯୦ ବର୍ଷର ମୋବାଇଲ ସ୍ୱିକୃତୀପ୍ରାପ୍ତ ମୋଟୋରୋଲା ପକ୍ଷରୁ ଭାରତରେ ଏହାର ପ୍ରଥମ ଆଣ୍ଡ୍ରଏଡ ୱାନ ଉପକରଣ, ମୋଟୋରାଲା ୱାନ ପାୱାରର ଶୁଭାରମ୍ଭ କରାଯାଇଛି । ଏହି ସ୍ମାର୍ଟଫୋନ ଗ୍ରାହକମାନଙ୍କୁ ସ୍ମାର୍ଟ, ସୁରକ୍ଷିତ ଏବଂ ସରଳ ଆକର୍ଷଣୀୟ ଆଣ୍ଡ୍ରଏଡ ୱାନ ସଫ୍ଟଓୟାର ଅନୁଭୂତି ପ୍ରଦାନ କରୁଛି ।
ଏହାର ବ୍ୟାଟେରୀ ଦୁଇ ଦିନ ପର୍ଯ୍ୟନ୍ତ ଚାଲିଥାଏ, ଯାହାଦ୍ୱାରା ଆପଣ ନିଜର ପ୍ରିୟ ଫିଲ୍ମକୁ ଆପଣ ଯାତ୍ରା ସମୟରେ ଦେଖିପାରିବେ ଏବଂ ନିଜର ପ୍ରିୟ କଳାକାରଙ୍କୁ ଯେକୌଣସି ସ୍ଥାନକୁ ଯିବା ସମୟରେ ଶୁଣି ପାରିବେ । ଏହାର ଟର୍ବୋ ପାୱାର ଚାର୍ଜର ଦ୍ୱାରା ମାତ୍ର ୧୫ମିନିଟର ଚାର୍ଜରେ ଗ୍ରାହକମାନେ ୬ଘଣ୍ଟାର ବ୍ୟାଟେରୀ ଲାଇଫ ପାଇପାରିବେ ।୬.୨ ଇଞ୍ଚ (୧୫.୭ ସେମି) ୧୯:୯ ମ୍ୟାକ୍ସ ଭିଜନ ଫୁଲ ଏଚଡି ପ୍ଲସ ଡିସପ୍ଲେ ମୋଟୋରୋଲା ୱାନ ପାୱାରକୁ ଶକ୍ତିଶାଳୀ କରିଥାଏ । ମଲ୍ଟିଟାକ୍ସିଙ୍ଗ ଏବଂ ହୋଲଡିଙ୍ଗ ପାଇଁ ଉପଯୁକ୍ତ, ମୋଟୋରୋଲା ୱାନ ପାୱାରର ବିସ୍ତୃତ ଭିଉ ସ୍କ୍ରିନ ଆପଣଙ୍କୁ କଫି ପିଇବା ସହିତ ଆପଣଙ୍କ ପ୍ରିୟ ସୋକୁ ମଧ୍ୟ ଦେଖିପାରିବେ । ୧୬ ଏମପି + ୫ଏମପିର ଡୁଆଲ ରିଅର କ୍ୟାମେରା ସିଷ୍ଟମ ପ୍ରତ୍ୟେକ ସଟକୁ ଶ୍ରେଷ୍ଠତା ପ୍ରଦାନ କରିବାକୁ ନିଶ୍ଚିନ୍ତ କରିଥାଏ ଏବଂ ୧୨ଏମପି ସମ୍ମୁଖ କ୍ୟାମେରା ଆପଣଙ୍କ ପ୍ରତ୍ୟେକ ସେଲଫିକୁ ଅତ୍ୟାଧୁନିକ କରିବା ସହିତ ବାସ୍ତବ ସମୟରେ ବ୍ୟାକଗ୍ରାଉଣ୍ଡକୁ ବ୍ଲର କରିଥାଏ ।
ଏଥିରେ ରହିଛି ୬୪ଜିବି ବିଲ୍ଟ-ଇନ୍ ଷ୍ଟୋରେଜ ଓ ଗ୍ରାହକମାନେ ଏହାକୁ ୨୫୬ ଜିବି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିପାରିବେ । ଏହା ମଧ୍ୟ ଟ.୧୫,୯୯୯ରେ ବିଭିନ୍ନ ଶକ୍ତିଶାଳୀ ବୈଶିଷ୍ଟ୍ୟ, ଯେପରିକି- ସ୍ମାର୍ଟ କ୍ୟାମେରା, ଅକ୍ଟା-କୋର ପ୍ରୋସେସର, ଗୁଗୁଲ ଫଟୋରୁ ଅସିମୀତ ଫୋଟୋ ଷ୍ଟୋରେଜ ଏବଂ ଦୁଇ ବର୍ଷର ଅତ୍ୟାଧୁନିକ ଆଣ୍ଡ୍ରଏଡ ସଫ୍ଟଓୟାର ଅପଡେଟ ସହିତ ମାସିକିଆ ସିକ୍ୟୁରିଟି ପ୍ରଦାନ କରୁଛି ।


Share It

Comments are closed.