ଏହି କୁନି ପିଲାର କାନ୍ଦ ଦେଖି ଭାବପ୍ରବଣ ହେଲେ ଭାରତ ଏବଂ ଆଫଗାନିସ୍ଥାନ ଖେଳାଳୀ


ମଙ୍ଗଳବାର ଦିନ ଭାରତ ଏବଂ ଆଫଗାନିସ୍ଥାନ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । କାହାକୁ ଆଭାସ ମଧ୍ୟ ନଥିଲା ଯେ, ଏହି ମ୍ୟାଚଟି ‘ଟାଇ’ ହୋଇଯିବ ବୋଲି । ଆଫଗାନିସ୍ଥାନ ଏକ ଛୋଟ ଟିମ ହୋଇ ଭାରତକୁ କଡା ପ୍ରତିଦ୍ୱନ୍ଧୀ ଦେଇଥିଲା । ଯାହା ଫଳରେ ମ୍ୟାଚଟି ସମ୍ପୂର୍ଣ୍ଣ ‘ଟାଇ’ ହୋଇଯାଇଥିଲା । ଆଫଗାନିସ୍ଥାନର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ମହୋମ୍ମଦ ସାହଜାଦ ଏକ ଆକର୍ଷଣୀ ପାରି ଖେଳୀ ଶତକ ହାସଲ କରିଥିବାବେଳେ ସେପଟେ ରାସିଦ ଖାନ ନିଜ ସ୍ପିନର ଯାଦୁ ବଳରେ ଭାରତକୁ ନିଜର ଲକ୍ଷ ହାସଲ କରିବାରେ ପ୍ରତିବନ୍ଧକ ଲଗାଇଥିଲେ ।
ମ୍ୟାଚ ଚାଲୁଥିବା ସମୟରେ ଯଦି କ୍ୟାମେରାରେ କୌଣସି ମୂହୁର୍ତ୍ତ କିମ୍ବା ଘଟଣାର ଛବି କଏଦ ହୋଇଯାଏ ତେବେ ଏହା ଖୁବ ସୁନ୍ଦର ଏବଂ ଅପ୍ରତ୍ୟାସିତ ହୋଇଥାଏ । ଭାରତ ଏବଂ ଆଫଗାନିସ୍ଥାନ ମ୍ୟାଚ ଚାଲୁଥିବା ସମୟରେ ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ଆପଣ ଦେଖିଲେ ମଧ୍ୟ କୌତୁକପୂର୍ଣ୍ଣ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ଘଟଣା ସଂପର୍କରେ ।

ଭାରତ ଏବଂ ଆଫଗାନିସ୍ଥାନ ମ୍ୟାଚ ଦେଖିବା ପାଇଁ ଜଣେ ଛୋଟ କ୍ରିକେଟପ୍ରେମୀ ଉକ୍ତ ଷ୍ଟାଡିୟମକୁ ଆସିଥିଲେ କିନ୍ତୁ ମ୍ୟାଚଟି ଶେଷରେ ଯେତେବେଳେ “ଟାଇ” ହୋଇଗଲା ଏହାକୁ ଦେଖି ଛୋଟ କ୍ରିକେଟ ପ୍ରେମୀ ଜଣକ ଜୋର ଜୋର ସେ କାନ୍ଧିବାକୁ ଲାଗିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରୁ ଏହା ଦେଖିବାକୁ ମିଳୁଛି ଯେ, ମ୍ୟାଚଟି “ଟାଇ” ହେଲା ପରେ ଛୋଟ କ୍ରିକେଟ ପ୍ରେମୀ ଜଣକ ଜୋର ଜୋର ସେ କାନ୍ଦିବାକୁ ଲାଗୁଛି କିନ୍ତୁ ପାଖରେ ଥିବା ତାଙ୍କ ବାପା ତାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ମ୍ୟାଚଟି “ଟାଇ” ହୋଇଯାଇଛି ଏଥିରେ ଇଣ୍ଡିଆ ହାରି ନାହିଁ କିନ୍ତୁ ପିଲା ଚୁପ ନ ହୋଇ କାନ୍ଦିବାରେ ଲାଗୁଛି ।

ଏହି ଭିଡିଓଟିକୁ ଦେଖିବା ପରେ ହରଭଜନ ସିଂହ ପିଲାଟିକୁ ବୁଝାଇବା ପାଇଁ ଟ୍ୱିଟରରେ ଟ୍ୱିଟ କରି ଲେଖିଛନ୍ତି ଯେ, “ପୁତର ଅଗଲା ମ୍ୟାଚ ହମ ହିଁ ଜିତେଙ୍ଗେ ।” ଏହା ସହ ଭୁବନେଶ୍ୱର କୁମାର ଉକ୍ତ ପିଲାଟିକୁ ଫୋନକରି ସାନ୍ତ୍ୱନା ଦେବା ସହ ଆଗାମୀ ମ୍ୟାଚ ଆମେ ଜିତିବୁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ ।


Share It

Comments are closed.