ଆଫଗାନିସ୍ତାନ ଟିମ୍‌ର ଅଧିନାୟକ ପଦ ଛାଡ଼ିଲେ ମହମ୍ମଦ ନବି


ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଫଗାନିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପରେ ମହମ୍ମଦ ନବି ନେତୃତ୍ୱ ଛାଡ଼ିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ସୁପର-୧୨ ରାଉଣ୍ଡ ମ୍ୟାଚ୍‌ରେ ଆଫଗାନିସ୍ତାନ ୪ରନ୍‌ରେ ପରାଜିତ ହେବା ସହ ଗ୍ରୁପ୍‌-୧ ତାଲିକାରେ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ମ୍ୟାଚ୍‌ ଶେଷ ହେବାର ଘଣ୍ଟାଏ ପରେ ନବି ଅଧିନାୟକ ପଦ ଛାଡ଼ିଥିଲେ ।

ସେ କହିଥିଲେ, ବିଶ୍ୱକପ୍‌ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଜଣେ ଅଧିନାୟକଙ୍କ ଆବଶ୍ୟକତା ମୁତାବକ ଦଳର ପ୍ରସ୍ତୁତି ହୋଇ ପାରିନଥିଲା । ବ୍ୟସ୍ତ କ୍ରୀଡ଼ାସୂଚୀ ଯୋଗୁ ଟିମ୍‌ ମ୍ୟାନେଜର, ଚୟନ କମିଟି ଏବଂ ମୋ ମଧ୍ୟରେ ଆଲୋଚନାର ଅଭାବ ରହିଥିଲା । ଫଳରେ ଆମେ ଏକ ସନ୍ତୁଳିତ ଦଳ ଗଠନ କରିବାରେ ବିଫଳ ହୋଇଥିଲୁ । ଦଳର ଖରାପ ପ୍ରଦର୍ଶନ ପାଇଁ ମୁଁ ତତ୍କାଳ ନେତୃତ୍ୱ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଯଦି ଦଳ ଏବଂ ଟିମ୍‌ ମ୍ୟାନେଜମେଣ୍ଟ ମୋର ଆବଶ୍ୟକତା ଅନୁଭବ କରିବ ତାହେଲେ ଜଣେ ଖେଳାଳି ଭାବେ ଦେଶର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ରହିଛି ।’


Share It

Comments are closed.