ଧୂଆଁଧାର ଶତକ ମାରି ଅନେକ ରେକର୍ଡକୁ ନିଜ ନାମରେ କଲେ ହର୍ମନପ୍ରୀତ


ଆରମ୍ଭ ହୋଇଯାଇଛି ଆଇସିସି ଟି-୨୦ ମହିଳା ବିଶ୍ୱ । ବିଶ୍ୱ କପର ଏହି ଉଦଘାଟନୀ ମ୍ୟାଚରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ଭେଟିଥିଲା । ଏହି ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହର୍ମନପ୍ରୀତଙ୍କ ଧୂଆଁଧାର ଶତକ ଏବଂ ସ୍ପିନରଙ୍କର ଶୃଙ୍ଖଳିତ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ଖେଳାଳୀ ଧରୀଶୟୀ ହୋଇଯିଡିଥିଲେ । ଯାହା ଫଳରେ ଭାରତ ବିଶ୍ୱକପରେ ସହଜ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛି ।
ହର୍ମନପ୍ରୀତ ନିଜର ପୁରୁଣା ଅନ୍ଦାଜରେ ଏଭଳି ରନର ବର୍ଷ କରିଥିଲେ,ଯାହାଫଳରେ ଦର୍ଶକମାନେ ଭାବୁକ ହୋଇ ତାଙ୍କୁ ଖାଲି ଚାହିଁ ରହିଲେ । ହର୍ମନପ୍ରୀତ ଏହି ମ୍ୟାଚରେ ୪୯ଟି ବଲ ଖେଳି ଶତକ ହାସଲ କରିଥିଲେ । ସେ ନିଜର ଶତକୀୟ ଇଂନିସରେ ୮ଟି ଛକା ଏବଂ ୭ଟି ଚୌକା ଲଗାଇଥିଲେ । ଏହାର ଅର୍ଥାତ ଏହା ଯେ, ସେ ନିଜ ଶତକୀୟ ଇଂନିସରେ ୭୬ ରନ କେବଳ ବାଉଣ୍ଡାରିକୁ ମାରିଛନ୍ତି ।
ହର୍ମନପ୍ରୀତ ବିଶ୍ୱ କପର ଏହି ଉଦଘାଟନୀ ମ୍ୟାଚରେ ଶତକ ଲଗାଇ ସହ ଅନେକ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି । ଉକ୍ତ ରେକର୍ଡ ଗୁଡିକ ମଧ୍ୟରୁ

୧. ହର୍ମନପ୍ରୀତ କୌର ଭାରତର ପ୍ରଥମ ମହିଳା ଯିଏକି ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ଶତକ ଲଗାଇଛନ୍ତି । ସେ ମିତାଲି ରାଜଙ୍କୁ ମଧ୍ୟ ପଛରେ ପକାଇଦେଲେ । ଏହା ପୂର୍ବରୁ ମିତାଲି ୯୭ ରନ ସଂଗ୍ରହ କରିଥିଲେ ।
୨. ହର୍ମନପ୍ରୀତ କୌର ଭାରତୀୟ ମହିଳା ଦଳର ପ୍ରଥମ ଅଧିନାୟକ ଯିଏକି ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ଶତକ ଲଗାଇଛନ୍ତି । ସେ ବିଶ୍ୱର ତୃତୀୟ ମହିଳା ଅଧିନାୟକ ଯିଏକି ଶତକ ଲଗାଇଛନ୍ତି ।
୩. ହର୍ମନପ୍ରୀତ ବିଶ୍ୱ କପ ଟି-୨୦ରେ ଭାରତ ତରଫରୁ ସବୁଠାରୁ ବଡ ଇଂନିସ ଖେଳିବାର ରେକର୍ଡ କରିଛନ୍ତି । ଏହା ପୂର୍ବରୁ ସେ ବାଙ୍ଗଳାଦେଶ ବିପକ୍ଷରେ ୭୭ ରନର ଏକ ବଡ ଇଂନିସ ଖେଳିଥିଲେ ।
୪. ଟି-୨୦ ଆନ୍ତର୍ଜାତିକ ମ୍ୟାଚରେ ସବୁଠାରୁ ଅଧିକ ଛକା ମାରି ଶତକ ଲଗାଇଥିବା ପ୍ରଥମ ଭାରତୀୟ ଅଟନ୍ତି


Share It

Comments are closed.